କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ଟିଟୋ ବିବାଦ । ଗୋଟିଏ ପରେ ଗୋଟିଏ ଗୁମୁର ଖୋଲିବାରେ ଲାଗିଛି ଟିଟୋ ସମ୍ପର୍କରେ । ତେବେ ପୁଣି ଆଜି ସକାଳେ ଟିଟୋ ସହ ସମ୍ପୃକ୍ତି ଥିବା କାରଣରୁ ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ମୁକୁନ୍ଦପୁରର ଦୀପ୍ତି ଦାସଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍ର ଏସ୍ଟିଏଫ୍ ଟିମ୍ ଚଢ଼ାଉ କରିଛି। ଟାଉନ୍ଥାନା ପୁଲିସ ସହାୟତାରେ ଆଜି ସକାଳ ପ୍ରାୟ ୭. ୩୦ ସମୟରେ ଏସ୍ଟିଏଫ୍ ସିପିଛକ ନିକଟରେ ଥିବା ଦିପ୍ତୀଙ୍କ ଘରେ ଚଢ଼ଉ କରିଛି। ଟିଟୋର କଳାକାରନାମା ସହ ସମ୍ପୃକ୍ତ ଦିପ୍ତୀଙ୍କର ଜଗତ୍ସିଂହପୁରରେ ଏକାଧିକ ହୋଟେଲ ବ୍ୟବସାୟ ରହିଛି। ସେ ବିଭିନ୍ନ ସ୍ଥାନକୁ ଝିଅ ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଥିଲା। ଇନ୍ସ୍ପେକ୍ଟର୍ ରମେଶ ଚନ୍ଦ୍ର ଥାପାଙ୍କ ନେତୃତ୍ୱରେ ଏକ ଆଠଜଣିଆ ଟିମ୍ ଚଢ଼ଉ ଅଭିଯାନରେ ସାମିଲ ହୋଇଛନ୍ତି।
ଟିଟୋ ଲିଙ୍କରେ ପୁଣି ଏସଟିଏଫର ଚଢାଉ : ଜଗତସିଂହପୁରର ଦୀପ୍ତି ଦାସଙ୍କ ଘରେ ଚଢାଉ ହୋଇଥିବା ସୂଚନା
Advertisment
Follow Us