ନୂଆ ସଂସଦ ଭବନରେ ସ୍ଥାପନ ହେବ ‘ରାଜଦଣ୍ଡ’ : ଆସନ୍ତା ୨୮ରେ ହେବ ଉଦଘାଟନ ସମାରୋହ

132

କନକ ବ୍ୟୁରୋ : ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆ ଭବନରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ‘ସେନଗୋଲ’ ବା ରାଜଦଣ୍ଡ ସ୍ଥାପନ କରିବେ । ସେନଗୋଲ ଚୋଳ ସାମ୍ରାଜ୍ୟର ପରମ୍ପରା । ସେତେବେଳେ ଯିଏ ରାଜା ହେଉଥିଲେ, ତାଙ୍କୁ ରାଜଦଣ୍ଡ ଦିଆଯାଉଥିଲା । ତାମିଲ ଭାଷାରେ ଏହାର ଅର୍ଥ ‘ସମ୍ପଦାରୁ ସମ୍ପନ୍ନ’ ।

୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ସେନଗୋଲ ଗ୍ରହଣ କରିଥିଲେ । ସେତେବେଳେ ଏହାକୁ ତାମିଲନାଡୁରୁ ମଗାଯାଇଥିଲା । ସେନଗୋଲ ବର୍ତ୍ତମାନ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଛି । ଏବେ ଏହାକୁ ଦେଶ ସମ୍ନାନରେ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ରଖିବା ଲାଗି ନିଷ୍ପତ୍ତି ହୋଇଥିବା ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।