ଜାନୁଆରୀ ୧୪ ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ । ନାଚ ଓ ଗୀତରେ ଝୁମିବ ମଞ୍ଚ, ଛୁଟିଦିନରେ ଦର୍ଶକଙ୍କୁ ମତୁଆଲା କରିବ ଜି-ସାର୍ଥକ ।

ଜାନୁଆରୀ ୧୪ ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ । ନାଚ ଓ ଗୀତରେ ଝୁମିବ ମଞ୍ଚ, ଛୁଟିଦିନରେ ଦର୍ଶକଙ୍କୁ ମତୁଆଲା କରିବ ଜି-ସାର୍ଥକ ।

କନକ ବ୍ୟୁରୋ : ବର୍ଷ ଆରମ୍ଭରେ ଜୀ-ସାର୍ଥକର ପ୍ରତିଯୋଗିତାମୂଳକ ରିୟଲିଟି ସୋ, ‘ଗୃହଲକ୍ଷ୍ମୀ’ ପହଞ୍ଚିଛି ତାର ଶେଷ ସୋପାନରେ ଅର୍ଥାତ ଆୟୋଜିତ ହେବାକୁ ଯାଉଛି ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ ଯାହା ପ୍ରସାରିତ ହେବ ଆସନ୍ତା ଜାନୁଆରୀ ୧୪, ସନ୍ଧ୍ୟା ୬:୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ

‘ଗୃହଲକ୍ଷ୍ମୀ’ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନଙ୍କ ଛଡା ଶୈଳେନ୍ଦ୍ର, ଦିବ୍ୟା, ଶିବାନୀ ସଙ୍ଗୀତା ଓ ଜ୍ୟୋତିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ପାଇବେ ଦର୍ଶକ ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫାଇନାଲରେ । କେବଳ ଡ୍ୟାନ୍ସ ନୁହେଁ ଓଡ଼ିଶାର ଲୋକପ୍ରିୟ ଗାୟକ ଓ ଗାୟିକା ମଧ୍ୟ ଶୁଣାଇବେ ଗୀତ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଅସୀମା ପଣ୍ଡା, ବିଷ୍ଣୁ ମୋହନ କବି,ଆଶୁତୋଷ ଓ ସତ୍ୟଜିତ ପ୍ରଧାନ ।

ଓଡ଼ିଶାର ବଛା ବଛା ସହରରୁ ଆସିଥିବା ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ବିଚାରକ ମାନେ ସାନ ଆଉ ବଡ ଭାଉଜ ବର୍ଗରୁ ୨୦ ଜଣ ପ୍ରତିଯୋଗୀଙ୍କୁ ଗାଲା ରାଉଣ୍ଡକୁ ବାଛିଥିଲେ । ପ୍ରଥମଥର ପାଇଁ ଗାଲା ରାଉଣ୍ଡରୁ ସମସ୍ତ ୨୦ ଜଣ ସାନ ଆଉ ବଡ ଭାଉଜ ମାନେ ଗ୍ରାଣ୍ଡ ଫିନାଲେ ରାଉଣ୍ଡକୁ କ୍ୱାଲିଫାଏ କରିଛନ୍ତି । ତେଣୁ ଏହି ଗ୍ରାଣ୍ଡଫିନାଲେ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ସିନିଅର ଓ ଜୁନିଅର ବର୍ଗର ଦୁଇ ଜଣ ପ୍ରତିଯୋଗୀ ହେବେ ବିଜେତା । ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ନାରୀ ମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇବେ ବୋଲି ଜ଼ୀ ସାର୍ଥକ ଆଶା କରିଛି ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ - ସ୍ୱପ୍ନକୁ ଛୁଇଁବାର ଅଗଣା’ ସୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe