ଜିଆରଏସ ବାବୁଲି ଚରଣଙ୍କ ଆଲିସାନ୍ ଘର ଦେଖି ତାଜୁବ୍ ଭିଜିଲାନ୍ସ ଅଧିକାରୀ 

342

କନକ ବ୍ୟୁରୋ : କଳାହରାହଁଙ୍ଗ  ଗ୍ରାମ ପଂଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାବୁଲିଙ୍କ ୬ଟି ଠିକଣାରେ ରେଡ୍ ଚାଲିଛି । ୩ଜଣ ଡିଏସପି ଓ ୧୦ଜଣ ଇନସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶରେ ଚଢ଼ାଉ ଚାଲିଛି । 

ଭୁବନେଶ୍ୱର ରଘୁନାଥପୁର ଅଚଂଳରେ ଥିବା ତିନି ମହଲା ବିଶିଷ୍ଟ ଘର , ଦୁଇ ମହଲା ବିଶିଷ୍ଟ ଘର, ଗୋଟିଏ ଆଜବେଷ୍ଟସ ଘର, ଆର୍ଶିବାଦ ପ୍ଲାଜା ଅପାର୍ଟମେଂଟରେ ଏକ ଫ୍ଲାଟ୍, ରଘୁନାଥପୁରରେ ଥିବା ପୈତୃକ  ଘର ଓ କଳାହରାହଁଙ୍ଗ ଅଫିସରେ ଚଢ଼ାଉ ଚାଲିଛି । ଭିଜିଲାନ୍ସ ଅଧିକାରୀମାନେ ଯାଂଚ ଜାରି ରଖିଛନ୍ତି । ତେବେ କେତେ ସମ୍ପତି ଠୁଳ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ପୂର୍ବରୁ ଅନେକ ଲୋକ ବାବୁଲି ଚରଣ ପଢ଼ିହାରୀଙ୍କ ବିରୋଧରେ ଲାଞ୍ଚ ନେବାର ଅଭିଯୋଗ କରିଆସୁଥିଲେ । ଆଉ ଆଜି ସକାଳୁ ସକାଳୁ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି । ବାବୁଲି ଚରଣଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଆଲିସାନ୍ ଘରର ଚାକଚକ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।