କନକ ବ୍ୟୁରୋ : ପରକିୟା ପ୍ରୀତି ଯୋଗୁଁ ଚାଲିଗଲା ଜିଆରଏସଙ୍କ ଜୀବନ । ହତ୍ୟା କରି ରାସ୍ତା କଡରେ ଫିଙ୍ଗିଦେଲା ମହିଳାଙ୍କ ପ୍ରେମିକ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ । ଉସ୍ତାପଡା ପଞ୍ଚାୟତର ଜିଆରଏସ ଭାବେ କାମ କରୁଥିବା ସୁଶୀଲ କୁମାର ମହାନ୍ତିଙ୍କ ମୃତ୍ୟୁରେ ପୋଲିସକୁ ମିଳିଛି ସଫଳତା ।
ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ମନୋଜ ଓ ସୁଶୀଲ ଦୁହେଁ କନିଆରିବାଡି ଗ୍ରାମର ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । ମନୋଜ ଏନେଇ ସୁଶୀଲକୁ ତାଗିଦ କରିଥିଲେ । ଏହା ପରେ ବି ସୁଶୀଲ ସେ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ । ଏହା ଦେଖି ମନୋଜ ଉତକ୍ଷିପ୍ତ ହୋଇ ସୁଶୀଲଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସୁଶୀଲଙ୍କ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-11-08h20m44s011.jpg)