କବିସୂର୍ଯ୍ୟନଗର ବୋଲସର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା : ପିଅନ ତାଲା ନଖୋଲିବାରୁ ଗଛ ତଳେ ବଣ୍ଟାଗଲା ଭତ୍ତା ଟଙ୍କା

83

କନକ ବ୍ୟୁରୋ : ଗଛ ତଳେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୋଲସର ପଞ୍ଚାୟତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦିନ ଦ୍ୱିପ୍ରହରରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଯୋଗୁଁ କାର୍ଯ୍ୟାଳୟ ସମ୍ମୁଖ ଗଛ ତଳେ ପିଣ୍ଡା ଉପରେ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି ଜିଆରଏସ ।

ପିଅନ ତାଲା ନଖୋଲିବାରୁ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଗଛତଳେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥିବା କହିଛନ୍ତି ଜିଆରଏସ୍ । ୧୫ତାରିଖରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ ନେଇ ନିୟମ ରହିଥିବା ବେଳେ ହିତାଧିକାରୀଙ୍କୁ ୨୬ତାରିଖରେ ଟଙ୍କା ବଣ୍ଟନ କରାଯାଇଛି ଯାହାକୁ ନେଇ ଅସନ୍ତୋଷ ବଢ଼ିଛି । ଘଟଣାକୁ ନେଇ ପଞ୍ଚାୟତର ସରପଞ୍ଚ କିମ୍ବା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।