କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ଦିଲ୍ଲୀ ଗାଜିପୁର ସୀମାରେ ଚାଷୀଙ୍କ ମହା ପଞ୍ଚାୟତ…ସମର୍ଥନରେ ପହଁଞ୍ଚିଲେ ଏକାଧିକ ବିରୋଧୀ ଦଳ ନେତା

ଭାରତୀୟ କିଷାନ ୟୁନିୟନକୁ ସମର୍ଥନ ଜଣାଇଲେ ଆପ, ସମାଜବାଦୀ ପାର୍ଟି ଓ କଂଗ୍ରେସ

142

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ  ଦିଲ୍ଲୀ  ଗାଜିପୁର ସୀମାରେ ବସିଛି ଚାଷୀଙ୍କ ମହାପଞ୍ଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ବ୍ୟାପକ ପୁଲିସ ଛାଉଣୀ ଭିତରେ ଗାଜିପୁର ସୀମାରେ ଚାଷୀଙ୍କ ହରତାଳ ଜାରି ରହିଛି । ସେହିପରି ସିଂଘୁ ସୀମାରେ ମଧ୍ୟ ଚାଷୀଙ୍କ ହଲଚଲ ଜାରି ରହିଛି ।

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକାଧିକ ବିରୋଧୀ ଦଳ ନେତା ଗାଜିପୁର ସୀମାରେ ପହଞ୍ଚିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଷୀ ନେତାଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟୁଇଟ କରି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କୁ  ସମର୍ଥନ ଜଣାଇଛନ୍ତି ।  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ  ସମର୍ଥନ ଜଣାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।  ଚାଷୀଙ୍କ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ଦେଶକୁ ଦୁର୍ବଳ କରିପକାଉଥିବା ସେ ଅଭିଯୋଗ ଆଣିଛନ୍ତି ।