କନକ ବ୍ୟୁରୋ: କଟକରେ ପୁଣି ସାହି ସଂଘର୍ଷ । କଟକ ସିଡିଏ ହଇରାଣପୁର ଓ ପୁରୀଘାଟ ବାଉରୀ ସାହି ମଧ୍ୟରେ ଉତେଜନା ବଢିବାରେ ଲାଗିଛି । ଗତକାଲି ସଂଧ୍ୟାରେ ପୁଣି ଦୁଇ ସାହିର କିଛି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ୩ ରୁ ୪ ଜଣ ଆହତ ହୋଇଛନ୍ତି । ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ପରିସ୍ଥିତି ଉପରେ ନଜର ରଖିଛି ।
ସୂଚନା ମୁତାବକ, ଦୁର୍ଗା ଭସାଣି ଦିନ ଦେବୀଗଡା ନିକଟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ କାହା ମେଢ ବିସର୍ଜନ ହେବ ଏହି ଘଟଣାରୁ ବଚସା କ୍ରମେ ଉଗ୍ର ରୂପ ନେଇଥିଲା । ପରେ ସିଡିଏ ହଇରାଣପୁରର ଜଣଙ୍କୁ ଅଟକ ରଖିଥିଲା ପୋଲିସ । ତେବେ ପୋଲିସକୁ ଧକ୍କା ମାରି ଅଟକ ଥିବା ବ୍ୟକ୍ତିଙ୍କୁ ହଇରାଣପୁରର କିଛି ଲୋକ ନେଇଯାଇଥିଲେ ।
ଫଳରେ ପୋଲିସ ଅଧିକ ଉଗ୍ର ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେଣୁ ପୋଲିସ ଏକପାଖିଆ ନିଷ୍ପତି କରିବାକୁ ଉଦ୍ୟମ କରୁଛି ବୋଲି ହଇରାଣପୁର ବାସିନ୍ଦା ଅଭିଯୋଗ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-04-08h53m00s894.png)