ଜାତିଆଣ ଆକ୍ଷେପକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ରୁ ଅଧିକ ଆହତ, କ୍ୟାମେରାରେ କଏଦ ପୁରା ଦୃଶ୍ୟ ।

425

କନକ ବ୍ୟୁରୋ: ନିଆଳି ସରାକୋର ଗାଁ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଗୋଟିଏ ପକ୍ଷର ୫ରୁ ଅଧିକ ଆହତ ହୋଇଛନ୍ତି । ନିଆଳି ଥାନା ସଡାଂଷ ପଞ୍ଚାୟତ ସରାକୋର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବିଲରେ ଠେଙ୍ଗା ବାଡି ଧରି ଦୁଇ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁସାରେ ଗତକାଲି ନିଆଳି ଥାନାରେ ସରାକୋର ଗାଁର କିଛି ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିଲେ ତିଲୋତମା କାଣ୍ଡି । ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳି ଗୁଲଜ କରିଥିବା ଏତଲାରେ ଦର୍ଶାଇଥିଲେ । ଆଜି ସକାଳେ ତିଲୋତମା କାଣ୍ଡିଙ୍କ ପରିବାର ଲୋକେ ବିଲକୁ ମୁଗ ବୁଣିବାକୁ ଯାଇଥିଲେ । ଏହି ସମୟରେ ଅନ୍ୟ ଗୋଷ୍ଠୀ ସଂଘବଦ୍ଧ ହୋଇ ବିଲରେ ପହଂଚି ତିଲୋତମାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଅନ୍ୟପଟେ ପାଲଟା ଆକ୍ରମଣ କରିଥିଲେ କାଣ୍ଡି ପରିବାର । ଏହି ସମୟରେ ବୟସ୍କ ବଟକାଣ୍ଡିଙ୍କ ପେଟରେ ଜଣେ ଲୁହାରଡ ଭୁସି ଦେଇଥିଲେ । ଗୋଷ୍ଠୀ ସଂଘର୍ଷରେ ୫ରୁ ଅଧିକ ଆହତ ହୋଇଛନ୍ତି । ତୁରନ୍ତ ଆହତଙ୍କୁ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ସମସ୍ତଙ୍କ ଚିକିତ୍ସା କରାଯାଇଛି । ଡାକ୍ତର ଅସ୍ତ୍ରୋପଚାର କରି ପେଟରୁ ବଟ କାଣ୍ଡିଙ୍କ ପେଟରୁ ଲୁହା ରଡ ବାହାର କରିଛନ୍ତି । ନିଆଳି ଥାନାରେ ଲିଖିତ ଅଭିଯୋଗ କରିବା ପର ପୋଲିସ ତଦନ୍ତ ଆରମ୍ଭ କରିଛି ।