କନକ ବ୍ୟୁରୋ: ଆଠଗଡ଼ରେ ହୋଲି ଖେଳ ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା । ସାମ୍ନାକୁ ଆସିଲା ଅତର୍କିତ ଆକ୍ରମଣ ବେଳର ସିସିଟିଭି ଫୁଟେଜ୍ । ୧୫ରୁ ଅଧିକ ଯୁବକ ହାତରେ ମାରଣାସ୍ତ୍ର ନେଇ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଆଜି ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ଗାଁରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ମଙ୍ଗଳବାର ଗୋଷ୍ଠୀ ସଂଘର୍ଷରେ ୫ରୁ ଅଧିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସଂଘର୍ଷରେ ଭୋଗଡ଼ାର ସରପଂଚଙ୍କ ସ୍ୱାମୀ ଓ ଦିଅର ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବିବାଦ ହୋଇଥିବା ଜଣାପଡିଛି ।