କନକ ବ୍ୟୁରୋ: ଗଞ୍ଜାମ ହିଞ୍ଜିଳିକାଟୁରେ ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ପକ୍ଷ ମଧ୍ୟରେ ହାତାହାତି ଓ ମାରପିଟ ହୋଇଛି । ହିଞ୍ଜିଳିକାଟୁ ଥାନା ଆଙ୍କୋରଡା ଗାଁରେ ମା’ ମହୁରୀକାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଘଟ ଓ ପଟୁଆର ବୁଲିବାକୁ ନେଇ ଦୁଇ ସାହିର ଲୋକ ହାତାହାତି ଦେଇଛନ୍ତି । ଜାନିନଗର ସାହି ଓ ଧୋବା ସାହି ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ଜାନି ନଗର ସାହିରେ ଠାକୁରାଣୀ ପୂଜା ସରିବା ପରେ ଘଟ ପରିକ୍ରମା ପାଇଁ ବଡ ପଟୁଆର ବାହାରିଥିଲା । କିନ୍ତୁ ଧୋବା ସାହି ବାସିନ୍ଦା ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଜାନି ନଗର ସାହି ବାସିନ୍ଦା କହିଥିଲେ । ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ଉତ୍ତେଜନା ବଢିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୋଷ୍ଠୀ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ତହସିଲଦାର, ଏସଡିପିଓ, ଆସିକା ଥାନା ଅଧିକାରୀ ଦୁଇ ପ୍ଲାଟୁନ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଗଞ୍ଜାମ ହିଞ୍ଜିଳିକାଟୁରେ ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ପକ୍ଷ ମଧ୍ୟରେ ହାତାହାତି, ମାରପିଟ
/kanak/media/post_attachments/wp-content/uploads/2021/11/36-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)