କନକ ବ୍ୟୁରୋ : ନିଆଳି କୂଳଜଲ୍ଲାରପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ପୋଲିସ ଆଗରେ ହାତାହାତି ହେଲେ ଲୋକେ । ବାଲି ବୋଝେଇକୁ ନେଇ କୂଳଜଲ୍ଲାରପୁର ଗାଁରେ ମହିଳା ଓ ପୁରୁଷ ରାସ୍ତାରୋକ କରିଥିଲେ । ପ୍ରତିଦିନ ଏହି ରାସ୍ତା ଦେଇ ବାଲି ବୋଝେଇ ହାଇୱା ଯିବା ଆସିବା କରୁଛି । ଫଳରେ ରାସ୍ତା ଖରାପ ହେଉଥିବା ଲୋକେ ଅଭିଯୋଗ କରଛନ୍ତି । ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ଯାହାକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଅନେକ ହାଇୱା ଗାଡି ଅଟକି ରହିଛି । ପୂରା ଅଞ୍ଚଳରେ ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି । ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/22-13.jpg)