କନକ ବ୍ୟୁରୋ : କଟକରେ ଦୁଇ ସାହି ମଧ୍ୟରେ ହୋଇଥିବା ବିବାଦ ଘଟଣାରେ ୫୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗତକାଲି ରାଜାବଗିଚା ଅଂଚଳର ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ସଂଘର୍ଷ ହୋଇଥିଲା ।ଏହି ଘଟଣାରେ ଉଭୟ ସାହିର ୫୨ଜଣଙ୍କୁ ଗିରଫ କରିଛି ପୁଲିସ । ଗତକାଲି ୨୭ଜଣକୁ ଗିରଫ କରାଯାଇଥିବାବେଳେ ଆଜି ୧୨ଜଣ ପୁରୁଷ ଓ ୧୩ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଘର ଘର ବୁଲି ଅଭିଯୁକ୍ତଙ୍କୁ ଧରୁଛି ପୋଲିସ । ଗତକାଲି ହୋଇଥିବା ବିବାଦ ବେଳେ ଉଭୟ ପକ୍ଷରୁ କାଚ ବୋତଲ ଓ ଢେଲା ମାଡ ହୋଇଥିଲା । ଦୁଇ ସାହି ଭିତରେ ଥିବା ସୀମାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା
କଟକ ଗୋଷ୍ଠୀ ସଂଘର୍ଷ ! ୫୨ ଜଣଙ୍କୁ ଗିରଫ କଲା ପୋଲିସ
/kanak/media/post_attachments/wp-content/uploads/2017/10/Screen-shot-2017-10-06-at-11.04.51-AM.png)