କନକ ବ୍ୟୁରୋ : ଢ଼େଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଭସାଣୀ ବେଳେ ଗଣ୍ଡଗୋଳ । କଣ୍ଟାନାଲି ଓ ବନମାଳୀ ପ୍ରସାଦ ୨ ସାହି ମଧ୍ୟରେ ହୋଇଛି ମାରପିଟ । ପୂର୍ବ ଗଣ୍ଡଗୋଳକୁ ନେଇ ମାରପିଟ ହୋଇଥିବା ସୂଚନା ରହିଛି । କଣ୍ଟାନାଲି ମେଢ଼ ପ୍ରସେସନ କରି ବନମାଳୀ ପ୍ରସାଦ ଛକ ପହଞ୍ଚିବା ପରେ ଢ଼େଲା ମାଡ଼ କରିଥିଲେ ଅନ୍ୟ ସାହିର ଲୋକ ।

Advertisment

ଘଟଣାରେ ୨ ପୁଲିସ କର୍ମଚାରୀଙ୍କ ସହିତ ୫ ଜଣ ଲୋକ ଆହତ ହୋଇଛନ୍ତି । ବନମାଳୀ ପ୍ରସାଦ ଅନୁଷ୍ଠାନର ଲୋକ ଡିଜେ ଗାଡ଼ିକୁ ମଧ୍ୟ ପଥର ମାଡ଼ କରି ଭାଙ୍ଗି ଦେଇଛନ୍ତି । ଗଣ୍ତଗୋଳ ଖବରପାଇ ଏକ ପ୍ଲାଟୁନ୍ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ଉଭୟ ପକ୍ଷ ଆରୋପ ପ୍ରତ୍ୟାରୋପ କରିବା ସହ ବୁଝିବା ସ୍ଥିତିରେ କେହି ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଫଳରେ ବାଧ୍ୟ ହୋଇ ପୁଲିସ୍‌ ଆଇନଶୃଙ୍ଖଳା ରକ୍ଷା ପାଇଁ ଲାଠିଚାର୍ଜ କରି ଉଭୟ ପକ୍ଷଙ୍କୁ ଘଉଡ଼ାଇଥିଲେ।