ପଦାରେ ପଡ଼ିଲା ବିଜେପି ଗୋଷ୍ଠୀକନ୍ଦଳ: ପ୍ରାର୍ଥୀ ଚୟନ ମତ ସଂଗ୍ରହ ବେଳେ ମାଡ଼ପିଟ,ଦଳୀୟ ପଦାଧିକାରୀ ତାଲିକା ରାତିଅଧିଆ ପରିବର୍ତ୍ତନ ଅଭିଯୋଗ

Advertisment
ଆଗାମି ନିର୍ବାଚନ ପାଇଁ ରାଜନୈତିକ ଦଳ ନିଜକୁ କରୁଛନ୍ତି ପ୍ରସ୍ତୁତ ! ଚଳିତଥର ୧ ହଜାରରୁ ଅଧିକ ରାଲି କରିବା ଲାଗି ବିଜେପି କରୁଛି ଯୋଜନା

କନକ ବ୍ୟୁରୋ: ପ୍ରାର୍ଥୀ ଚୟନ ମତ ସଂଗ୍ରହ ବେଳେ ଗତକାଲି ରାଉରକେଲାସ୍ଥିତ ବିଜେପି କାର୍ଯ୍ୟାଳୟରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ଦଳୀୟ ପଦାଧିକାରୀ ନ ଥିବା ଦଳୀୟ କର୍ମୀ ଭୋଟ ଦେବାକୁ ଉଦ୍ୟମ କରିବାରୁ ଏହାକୁ ବିରୋଧ ହୋଇଥିଲା। ଏଥିରୁ ଦୁଇ ଗୋଷ୍ଠୀ ପ୍ରଥମେ ମୁହାଁମୁହିଁ ଓ ପରେ ମାଡ଼ପିଟ ହୋଇଥିଲେ। ଫଳରେ ରାଉରକେଲା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ମତ ସଂଗ୍ରହ ଅଧାରୁ ବନ୍ଦ ହୋଇଯାଇଛି।

ଗତକାଲି ରାଉରକେଲାସ୍ଥିତ ବିଜେପି କାର୍ଯ୍ୟାଳୟରେ ବଣାଇଁ, ରଘୁନାଥପାଲୀ, ବୀରମିତ୍ରପୁର ଓ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଚୟନ ପାଇଁ ମତ ସଂଗ୍ରହ କରାଯାଇଥିଲା। ଜିଲ୍ଲା ଓ ବିଭିନ୍ନ ମଣ୍ଡଳ କମିଟିର କର୍ମକର୍ତ୍ତାମାନେ ଗୋପନୀୟ ଭାବେ ନିଜ ନିଜର ପସନ୍ଦର ପ୍ରାର୍ଥୀଙ୍କ ନାମ ଲେଖି ବାକ୍ସରେ ପକାଇଥିଲେ। ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ମତ ସଂଗ୍ରହ ଚାଲିଥିବା ବେଳେ ବିବାଦ ହୋଇଥିଲା। ଦଳୀୟ ପଦାଧିକାରୀ ନ ଥିବା ଜଣେ ଯୁବକ ଭୋଟ ଦେବାକୁ ଜିଦ୍ ଧରିବାରୁ ବିପକ୍ଷ ଗୋଷ୍ଠୀ ଏହାର ବିରୋଧ କରିଥିଲେ। ଏହାକୁ ନେଇ ପ୍ରଥମେ କଥା କଟାକଟି ଓ ପରେ ମାଡ଼ପିଟ ହୋଇଥିଲା। ତେଣୁ ଦଳୀୟ ପର‌୍ୟ୍ୟବେକ୍ଷକ ଡ. ଅଶ୍ବିନୀ ଷଡ଼ଙ୍ଗୀ ପ୍ରାର୍ଥୀ ଚୟନ ମତ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ ରଖିଥିଲେ।

ଡ. ଷଡଙ୍ଗୀଙ୍କ କହିବା ଅନୁସାରେ, ପଦାଧିକାରୀ ତାଲିକାରେ ତ୍ରୁଟି ଥିବାରୁ ଏପରି ବିବାଦ ହୋଇଥିଲା। ଏହାକୁ ସଂଶୋଧନ କରାଯାଇ ଖୁବ୍‌ଶୀଘ୍ର ଆଉ ଥରେ ଚୟନ ପ୍ରକ୍ରିୟା ହେବ। ତେବେ ଜଣେ ବରିଷ୍ଠ ବିଜେପି କର୍ମୀଙ୍କ କହିବା ଅନୁସାରେ, ପ୍ରାର୍ଥୀ ଚୟନକୁ ପ୍ରଭାବିତ କରିବା ପାଇଁ ରାତିଅଧିଆ ଦଳୀୟ ପଦାଧିକାରୀଙ୍କ ନାମ ପରିବର୍ତ୍ତନ କରାଯାଇଛି। ଯେଉଁମାନେ ଦୀର୍ଘ ବର୍ଷ ହେଲା ଦଳରେ ଅଛନ୍ତି, ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଇଛି। ନିଜ ସପକ୍ଷବାଦୀଙ୍କୁ ଚୟନ କରିବା ପାଇଁ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ପାନପୋଷ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe