ଭୁବନେଶ୍ୱର ଲୋୟର ପିଏମଜିକୁ କବଜାକୁ ନେଲା ବିଜେପି : ମମିତା ପ୍ରସଙ୍ଗରେ ଯୁବ ମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ

133

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିକୁ କବଜାକୁ ନେଲା ବିଜେପି । ମମିତା ପ୍ରସଙ୍ଗରେ ଯୁବ ମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ । ପୋଲିସ ସହ ଧସ୍ତାଧସ୍ତି ବେଳେ ଫାଟିଲା ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୁଣ୍ଡ । ପ୍ରତିବାଦକାରୀଙ୍କୁ ଘୋଉଡାଇବା ପାଇଁ ମୁତୟନ ହେଲେ ଅଧିକ ଫୋର୍ସ । ବିଜେପିର ଶୋଭାଯାତ୍ରାରେ ପୁଲିସର ଲାଠିଚାର୍ଜ । ଲୋୟର ପିଏମଜିରେ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ପୁଲିସକୁ ଲାଠିମାଡ କରିବାକୁ ପଡିଛି ।

ମମିତା ମେହେର ପ୍ରସଙ୍ଗରେ ବିଧାନସଭା ପରେ ପ୍ରତିବାଦକୁ ଓହ୍ଲାଇଥିଲା ବିଜେପି । ବିଜେପି ଯୁବମୋର୍ଚାର କର୍ମୀମାନେ ଶୋଭାଯାତ୍ରା କରିବାବେଳେ ଲୋୟର ପିଏମଜିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁରା ଲୋୟର ପିଏମଜିକୁ ନିଜ କବଜାକୁ ନେଇଥିଲେ ବିଜେପି କର୍ମୀ । ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦ ଶୋଭାଯାତ୍ରାବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ।