ଚାଲିଯାଇଛି ବାତ୍ୟା, ହେଲେ ଛାଡି ଯାଇଛି ଦୁଃଖର ପାହାଡ । ଭଙ୍ଗା ଘରେ ସ୍ମୃତିକୁ ଖୋଜୁଛନ୍ତି ପ୍ରଭାବିତ

ବାତ୍ୟାର ୧୦ ଦିନ ପୂରିଲାଣି । ହେଲେ ଏବେବି ଯନ୍ତ୍ରଣାରେ ଛଟପଟ ପୁରୀ ଅଂଚଳର ଅଧିକାଂଶ ଲୋକ

142

କନକ ବ୍ୟୁରୋ: ଚାଲିଯାଇଛି ଫୋନି ବାତ୍ୟା, ହେଲେ ଛାଡି ଯାଇଛି ଦୁଃଖର ପାହାଡ । ଫୋନିର ୧୦ ଦିନ ପରେ ବି ପରିସ୍ଥିତିରେ ଆସିପାରିନି ସୁଧାର । ଏବେ ବି ଅନ୍ଧାର ଭିତରେ ଖୋଲା ଆକାଶ ତଳେ ବିତୁଛି ଜୀବନ । ବାତ୍ୟା ପରେ କିପରି ଜିବନ ବିତାଉଛନ୍ତି ବସ୍ତି ବାସିନ୍ଦା ତାହାର ସ୍ଥିତି ପରଖିଛି କନକ ନ୍ୟୁଜ୍  ।

ବାତ୍ୟାର ୧୦ ଦିନ ପୂରିଲାଣି । ହେଲେ ଏବେବି ଯନ୍ତ୍ରଣାରେ ଛଟପଟ ପୁରୀ ଅଂଚଳର ଅଧିକାଂଶ ଲୋକ । ମୁଣ୍ଡ ଉପରୁ ଉଡି ଯାଇଛି ଚାଳ । ଆଉ ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ସାହାର ପାଲଟିଛି ଗାଁର ଏଇ ରାସ୍ତା ଆଉ ମନ୍ଦିର । ବାତ୍ୟା ଫୋନି ଆଣିଦେଇଛି ସେମାନଙ୍କ ଜୀବନରେ କରୁଣ ଦୁଃଖ । ଫୋନିର ତାଣ୍ଡବ ପରେ ପରିସ୍ଥିତି ଏବେ ସେମାନଙ୍କୁ ରାସ୍ତାକୁ ଟାଣି ଆଣିଛି । ଦିନବେଳା ଖରାର ଯନ୍ତ୍ରଣା ସହ ପରେ ଏଇ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି ପୁରୀ ବଳିଆପଣ୍ଡା ସାହିର ବସ୍ତିବାସିନ୍ଦା । ସୂର୍ଯ୍ୟ ଅସ୍ତ୍ର ହେବା ମାତ୍ରେ ଖାଇଦେଇ ଚାଲି ଆସନ୍ତି ରାସ୍ତା ଉପରକୁ ଟିକିଏ ମୁଣ୍ଡ ଗୁଞ୍ଜିବା ପାଇଁ ।

ବାତ୍ୟା ଫୋନି କେବଳ ଯେ ମଣିଷଙ୍କ ଜୀବନ ଜଟିଳକରିଛି ତା ନୁହେଁ, ବରଂ ଜୀବଜନ୍ତୁ ମାନଙ୍କର ମଧ୍ୟ ନିଦ ହଜାଇ ଦେଇଛି । ତେଣୁ ସବୁକିଛି ଦୁଃଖ ଭୂଲି ଏବେ ଜୀବନ ବଂଚାଇବାକୁ ଶାହା ଖୋଜୁଛନ୍ତି ଉଭୟେ । ବାତ୍ୟାର କରାଳ ରୂପ ପରେ ଏବେ ପରିସ୍ଥିତି ସେମାନଙ୍କୁ ଟାଣିଆଣିଛି ରାସ୍ତା ଉପରକୁ । ପଶୁପକ୍ଷୀ ଆଉ ମଣିଷ ସମସ୍ତେ ଏଠି ଏକାକାର ହୋଇ ରାସ୍ତା ଉପରେ ପଡି ରହିଛନ୍ତି । ପାଖରେ ଶୋଇରହିଥିଲା ମା ଓ କଇଁ କଇଁ ହୋଇ କାନ୍ଦୁଥିଲା ଛୁଆ । ବୁଝାଇବା ପାଇଁ ନା ଥିଲା ମା ଧର୍ଯ୍ୟ ନା ଜୁଟାଇ ପାରୁଥିଲା ସାହାସ ।

ଫୋନି ବାତ୍ୟା ଏମାନଙ୍କ ଜୀବନରେ ଦୁଃଖ ଆଣିଦେଇଛି ସତ, ହେଲା ସବୁଠୁ ବଡ ପ୍ରଶ୍ନ ହେଲା ବାତ୍ୟାର ୧୦ ଦିନ ପରେ ବି ଏ ଯାଏଁ ମିଳିପାରନି କୌଣସି ସରକାରୀ ସହାୟତା । ଏପରିକି  ଖଣ୍ଡେ ପଲିଥିନି କି ରନ୍ଧା ଖାଦ୍ୟବି ପହଂଚି ପାରିନି ସେମାନଙ୍କ ନିକଟରେ ।  ତେବେ କେବେ ପହଂଚଛି ସରକାରୀ ସହାୟତ ତାହା ଦେଖିବାକୁ ବାକି ରହିଛି ।