ତେଜୁଛି ଚାଷୀ ଆନ୍ଦୋଳନ, ସାଇକେଲରେ ୩୦୦ କିଲୋମିଟର ଯାତ୍ରା କରି ଶମ୍ଭୁ ବୋର୍ଡ଼ରରେ ପହଞ୍ଚିଲେ ସୁଖବିନ୍ଦର

102

କନକ ବ୍ୟୁରୋ : ବୁଧବାର ସୁଦ୍ଧା ଚାଷୀ ଆନ୍ଦୋଳନ ୯ ଦିନରେ ପହଂଚିଛି । ହେଲେ ଶମ୍ଭୁ ବୋର୍ଡରରେ ଦିନକୁ ଦିନ ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ଚାଷୀମାନେ ଆସି ଆନ୍ଦୋଳନରେ ଯୋଗ ଦେଉଛନ୍ତି ଓ ସେମାନଙ୍କ ଭିତରେ ଅଧିକାଂଶ ଯୁବବର୍ଗ ରହିଛନ୍ତି।

ଏତେ ପରିମାଣରେ ଏକତ୍ରିତ ହେଉଥିବା ଚାଷୀ ମାନଙ୍କର ରହିଛି କେବଳ ଗୋଟିଏ ଦାବି କି. ସ୍ୱାମୀନାଥନଙ୍କ ରିପୋର୍ଟ ମୁତାବକ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ଅଣାଯାଉ।

ଦିଲ୍ଲୀ ସୀମାରେ ଦିନର ପାଗ ଥଣ୍ଡା ରହୁଥିଲେ ବି ଆନ୍ଦୋଳନକାରୀ ଚାଷୀଙ୍କ ଭିତରେ ଆତ୍ମବିଶ୍ୱାସ କମିନାହିଁ । ଏବଂ ଖରାପ ପାଗ ଆନ୍ଦୋଳନ ଉପରେ କୌଣସି ପ୍ରଭାବ ପକାଉଥିବା ଭଳି ମନେ ହେଉନାହିଁ ।

ଚାଷୀ ମାନେ ଦିନ ତମାମ ନିଜ ଭାଷଣ ଜାରି ରଖିଥିବା ବେଳେ ମହିଳା ମାନଙ୍କୁ ଲଙ୍ଗର ଆୟୋଜନରେ ମଧ୍ୟ ସାହାଯ୍ୟ କରୁଛନ୍ତି। ଏହା ସହ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଚାଷୀ ମାନେ ଆସି ଏବେ ଯାଏଁ ମେଳିରେ ଯୋଗ ଦେଉଛନ୍ତି।

ଚାଷୀ ମାନଙ୍କ ସହଯୋଗକାରୀ ମଧ୍ୟ କିଛି କମ ନାହାନ୍ତି। ଶମ୍ଭୁ ବୋର୍ଡରରେ ପାଳି କରି ବିଭିନ୍ନ ସହାୟକ ସଂସ୍ଥା ପକ୍ଷରୁ ଖିରି, ମିଠା ଭାତ, ଦହି ଭାତ, ରୁଟି,ଡାଲି ଭଳି ନାନା ରକମର ଖାଦ୍ୟ ତିଆରି କରି ଲଙ୍ଗର ଆୟୋଜନ କରୁଛନ୍ତି।

ଚଳିତ ଥର ଚାଷୀ ମାନେ ନିଜ ଦାବି ମନେଇବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି। କିଛି ଆଲୋଚନା ବିଫଳ ହେଲାଣି କିନ୍ତୁ କେହି ପଛଘୁଞ୍ଚା ଦେବ ପାଇଁ ରାଜି ନୁହନ୍ତି। ଅନୁରୋଧ କରି କରି ଚାଷୀ ମାନେ ଥକି ଗଲେଣି। ଲାଭ ନ ମିଳିଲେ କ୍ଷତି ସହି ଚାଷ କରିବାର କିଛି ମୂଲ୍ୟ ହିଁ ନାହିଁ ବୋଲି ଚାଷୀ ମାନେ ଏବେ କର ବା ମର ପରିସ୍ଥିତିକୁ ଓଲ୍ହେଇ ଆସିଛନ୍ତି। ଯଦି ପୁନଶ୍ଚ ଆଲୋଚନା ସଫଳ ହୁଏ ତେବେ ଠିକ ଅଛି ନଚେତ ଦିଲ୍ଲୀ ଚାଲ ଅଭିଯାନ ଜାରି ରହିବ ବୋଲି ମତ ଦେଇଛନ୍ତି ପ୍ରମୁଖ ଚାଷୀ ଆନ୍ଦୋଲନକାରୀ।

ଇତି ମଧ୍ୟରେ ନିଜ କାମ ଛାଡି ଭାଇ ମାନଙ୍କୁ ସମର୍ଥନ ଦେବା ତଥା ଏମଏସପି ଲାଗୁ କରିବା ନିମିତ୍ତ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରାୟ ୩୦୦ କିଲୋମିଟର ଯାତ୍ରା କାରି ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି ଗୁରୁଦାସପୁରର ଜଣେ ଚାଷୀ। ଏହି ଖବର ସମସ୍ତଙ୍କ ମଧ୍ୟରେ ଯୋଶ ଓ ଆଗ୍ରହ ଭରି ଦେଇଥିବା ବେଳେ ଚାଷୀ ମାନଙ୍କ ଗଭୀର ଚିନ୍ତା ଦର୍ଶାଉଛି । ମୋ ଭାଇ ମଧ୍ୟ କିଛି ଦିନ ତଳେ ଟ୍ରାକ୍ଟରରେ ବସି ଏହି ଆନ୍ଦୋଳନ ଅଭିମୁଖେ ବାହାରି ଆସି ପହଞ୍ଚିଥିଲା ତାହା ପରେ ମୁଁ ମଧ୍ୟ ନିଜକୁ ରୋକି ପାରିଲିନି ନାହିଁ ଆଉ ଶମ୍ଭୁ ବୋର୍ଡରରେ ଆସି ପହଂଚିଗଲି ବୋଲି ଉତ୍ତର ଦେଇଛନ୍ତି ସାଇକେଲରେ ଆସିଥିବା ଗୁରୁଦାସପୁରର ଚାଷୀ ଭାଇ ସୁଖବିନ୍ଦର ସିଂ।