କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି । ବୁଲନ୍ଦସହର ଜିଲ୍ଲାର ୭ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଭୋଟ ଗ୍ରହଣ ଚାଲିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଜଣେ ବର ମତଦାନ କରିବାକୁ ପହଞ୍ଚିଥିଲେ । ବୁଲେଟ ଚଢି ଉକ୍ତ ବର ଜଣକ ବୁଥରେ ପହଞ୍ଚିବା ସହ ଭୋଟ ଦେଇଥିଲେ । ଆଉ ଏଭଳି ଦୃଶ୍ୟ ବେଶ କିଛି ସମୟ ପର୍ଯ୍ୟନ୍ତ ରୋଚକ ସ୍ଥିତି ସୃଷ୍ଟି କରିଥିଲା ।  ତେବେ ଏନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ବର ବଳରାମ କହିଛନ୍ତି, ବିବାହ ପୂର୍ବରୁ ଗଣତନ୍ତ୍ରର ଏହି ମହାପର୍ବରେ ମତଦାନ କରିବା ନିହାତି ଜରୁରୀ । ମତଦାନ ପରେ ବରଯାତ୍ରୀ ଧରି କନ୍ୟା ଘର ଅଭିମୁଖେ ବାହାରି ଯାଇଥିଲେ ବଳରାମ  ।

Advertisment

ଉତ୍ତରପ୍ରଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୧ଟି ଜିଲ୍ଲାର ୫୮ଟି ଆସନରେ ଭୋଟଗ୍ରହଣ ହେଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୬୨୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ୭୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।