ବିବାହ ପୂର୍ବରୁ ବରକୁ ଗୁଳି : ଗଞ୍ଜାମ ଖଲ୍ଲିକୋଟ ଅଂଚଳରେ ଯୁବକଙ୍କ ଉପରେ ଦୁର୍ବୃତ୍ତଙ୍କ ଗୁଳି ସହ ବୋମାମାଡ

କାରଣ ଅସ୍ପଷ୍ଟ, ଅବସ୍ଥା ଗୁରୁତର; ଆଜି ହୋଇଥାନ୍ତା ବାହାଘର

140

କନକ ବ୍ୟୁରୋ : ବିବାହ ପୂର୍ବରୁ ବରକୁ ଗୁଳି । ବାହାଘରର ଦିନକ ପୂର୍ବରୁ ବରକୁ ଗୁଳି କଲେ ଦୁର୍ବୃତ୍ତ । ଗଂଜାମ ଖଲ୍ଲିକୋଟ ଥାନା ମାଣିକପୁର ଗାଁରେ ଘଟିଛି ଏହି ଘଟଣା । ବିବାହ କରିବାକୁ ଯାଉଥିବା ଜିତେନ୍ଦ୍ର ବାରିକକୁ କିଛି ଦୁବୃର୍ତ ଗୁଳି କରିଥିବା ବେଳେ ଘଟଣାସ୍ଥଳରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଗୁଳି କରି ଥିବା ସନ୍ଦେହ କରାଯାଉଛି ।

ଜିତେନ୍ଦ୍ରଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ଗୁଳିକାଣ୍ଡ ଘଟିଛି ସେନେଇ ଛାନଭିନ୍ନ ଜାରିକରୁଛି ପୋଲିସ । ଆହତ ଜିତେନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।