ବେଦୀରୁ ଦୌଡିଲେ ବର କନ୍ୟା : କୋଭିଡ ନିୟମ ନ ମାନି ମନ୍ଦିରରେ ଚାଲିଥିଲା ବାହାଘର, ହୋଇଥିଲା ପ୍ରବଳ ଭିଡ; ପୁଲିସର ଚଢାଉ, ମନ୍ଦିର ସିଲ

1,295

କନକ ବ୍ୟୁରୋ : କୋଭିଡ କଟକଣା ମାନିଲେନି ।  ପୁଲିସ ପଂହଚିଲା ପରେ ବେଦୀରୁ  ଦୌଡିଲେ ବର କନ୍ୟା । ଏଭଳ ଘଟଣା ଘଟିଛି ଭଦ୍ରକ  ବାସୁଦେବପୁର ଅଂଚଳରୁ ।  ବିବାହ ନିମନ୍ତେ  ମନ୍ଦିରକୁ ଆସି ବରପକ୍ଷ ଓ କନ୍ୟାପକ୍ଷର ଲୋକେ ହଇରାଣ ହୋଇଛନ୍ତି ।  ଏହି ବ୍ଲକ ବାଲିନଗର ପଂଚାୟତର ରାଧାକୃଷ୍ଣ ମନ୍ଦିରରେ  ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।  ବାହାଘର ବେଳେ ଲୋକଙ୍କ ଭିଡ ହେବାଇଥିଲା । କୋଭିଡ କଟକଣାକୁ କେହି ମାନିନଥିଲେ ।  ପୁଲିସ ଚଢାଉ ପରେ ସମସ୍ତେ  ଦୌଡିଥିଲେ । ପରେ ମନ୍ଦିରକୁ ସିଲ କରାଯାଇଛି ।