କନକ ବ୍ୟୁରୋ : ପୋଲିସ ପିଛା କରିବାରୁ ବର ଆଧାବାଟରୁ ଗାଡିରୁ ଓହ୍ଲାଇ ଚମ୍ପଟ ମାରିବା ଘଟଣା ସୋର ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଗତକାଲି ରାତିରେ ବାସୁଦେବପୁର ଥାନା ଅଂଚଳର ଜଗନ୍ନାଥପୁର ଗାଁର ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକ ସୋର ଥାନା ଅଂଚଳର ତଳନଗର ଗାଁକୁ ବିବାହ ପାଇଁ ଆସୁଥିଲେ । ଏହି ସମୟରେ ପୋଲିସ ମଧ୍ୟରାତ୍ରରେ ଗୋଡାଇବା ଯୋଗୁଁ ବର କାରରୁ ଡେଇଁ ଫେରାର ହୋଇଯାଇଥିବା ଜଣାଯାଉଛି ।
ଘଟଣା ଅନୁସାରେ, ଜିତେନ୍ଦ୍ର ନାୟକଙ୍କ ବିରୋଧରେ ଜଣେ ଯୁବତୀ ବାସୁଦେବପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇପଡିଥିଲା । ଏହି ଘଟଣା ପରେ କନ୍ୟାଘର ଲୋକେ ଉତ୍ତେଜିତ ହୋଇ ବର ଘରର ୨୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ବାହାଘର ପାଇଁ ଯୈାତୁକ ଦିଆଯାଇଥିବା ବରପକ୍ଷ ଲୋକେ କହିଛନ୍ତି ।
ସୂଚନାଯୋଗ୍ୟ, ଝିଅ ଘରେ ଜମିବାଡି ବିକ୍ରି କରି ବାହାଘରର ପ୍ରସ୍ତୁତି କରିଥିଲେ । ଯୈାତୁକ ପାଇଁ ନଗଦ ୫୦ହଜାର ଟଙ୍କା, ମୁଦି, ହାର ଇତ୍ୟାଦି କିଣାସରିଛି । ପୁଅ ଜଣକ ଇଂଜିନିୟର କହି ବିବାହ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ସୋର ଥାନାରେ ଝିଅର ପରିବାର ଲୋକେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BARA.jpg)
/kanak/media/post_attachments/wp-content/uploads/2019/03/vlcsnap-error742-300x169.png)