କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କିପରି ଆସିବ ତାହା ତ କେହି କହିପାରିବେ ନାହିଁ । ହେଲେ ଏ ମୃତ୍ୟୁ ବେଳେ ବେଳେ ଏପରି ଭାବେ ଆସେ ଯାହା କେହି ସ୍ୱପ୍ନରେ ବି ଧାରଣା କରିପାରିନଥାଏ । ଯାହା ଶୁଣିଲେ ବି ଲୋମ ଟାଙ୍କୁରୀ ଉଠେ । ଏଭଳି ଏକ ମୃତ୍ୟୁ ଘଟିଛି ବିହାର ଭାଗଲପୁରରେ । ବେଦୀରେ ବିବାହ ଚାଲିଥିଲା । କନ୍ୟା ମଥାରେ ବର ସିନ୍ଦୁର ଦେଇଥିଲା । ଠିକ୍ ଏହାପରେ ଛାତିରେ ଯନ୍ତ୍ରଣା ହେବାରୁ ବେଦୀ ଉପରେ ହିଁ ବେହୋସ୍ ହୋଇଗଲା ବର । ତୁରନ୍ତ ତାଙ୍କୁ ହସ୍ପିଟାଲ ନେଉଥିବା ବାଟରେ ହିଁ ବରର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ କନ୍ୟା ମଧ୍ୟ ମାନସିକ ଆଗାତ ପାଇଁ ଚେତାଶୂନ୍ୟ ହୋଇରହିଥିବାବେଳେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Advertisment

ସୂଚନା ମୁତାବକ, ଝାରଖଣ୍ଡର ପଶ୍ଚିମ ସିଂହଭୂମର ବାସିନ୍ଦା ବିନୀତଙ୍କର ଭାଗଲପୁରରେ ରହୁଥିବା ଆୟୁଷିଙ୍କ ସହ ବିବାହ ହେଉଥିଲା । ବୀନିତ ଦିଲ୍ଲୀର ଏକ କମ୍ପାନୀରେ ସପ୍ଟଓୟାର ଇଞ୍ଜିନିଅରଭାବେ କାର୍ଯ୍ୟ କରୁଥିବାବେଳେ ଆୟୁଷି ମଧ୍ୟ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଦୁହିଁଙ୍କ ବିବାହ ମେ ୪ତାରିଖରେ ହୋଇଥିଲା । ବେଦୀରେ ଆୟୁଷିଙ୍କ ମଥାରେ ସିନ୍ଦୁର ଦେବା ପରେ ବୀନିତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲାଏବଂ ସେ ଅଚେତ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।