କନକ ବ୍ୟୁରୋ: ନୂଆ ଜୀବନ ଆରମ୍ଭ କରିବାର ଠିକ୍ ଆଗରୁ ଜୀବନ ନେଇଗଲା କରୋନା । ବୟସ ମାତ୍ର ୨୯ ବର୍ଷ । ଯେଉଁ ବୟସରେ କିଛି ନୂଆ କରିବାର ସ୍ୱପ୍ନ ଦେଖନ୍ତି ଯୁବପୀଢ଼ି, ସେହି ବୟସରେ ହିଁ ଚାଲିଗଲେ ବରଗଡ ଯୁଗୀପାଲି ଗାଁର ଜୀବର୍ଦ୍ଧନ ଭୋଇଙ୍କ ଜୀବନ ।
ପୁଅର ବାହାଘରକୁ ନେଇ ପରିବାର ଲୋକ ବେଶ ଖୁସି ଥିଲେ । ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ଠିକ୍ ଏହା ପୂର୍ବରୁ ଅସୁସ୍ଥ ହୋଇଗଲେ ଜୀବର୍ଦ୍ଧନ । ଆଉ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର କରୋନାରେ ଦେହାନ୍ତ ହୋଇଯାଇଛି ।
- ରୁକ୍ମିଣୀ ବାଳନିକେତନରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ଜୀବର୍ଦ୍ଧନ ଭୋଇ
- ଗତ ୧୮ ତାରିଖରେ ଜୀବର୍ଦ୍ଧନ ଛୁଟି ନେଇ ବାହାଘର ପାଇଁଁ ଘରକୁ ଆସିଥିଲେ
- ଗତ ୨୦ ତାରିଖରେ ସେ ଅଚାନକ୍ ଅସୁସ୍ଥ ଅନୁଭବ କରିଥିଲେ
- ଏହ ପରେ ଚିକିତ୍ସା ପାଇଁ ସମ୍ବଲପୁର ଅଶ୍ୱନୀ ହସ୍ପିଟାଲକୁ ନିଆଯାଇଥିଲା
- ସେଠାରେ ଟେଷ୍ଟ କରିବା ପରେ କରୋନା ପଜିଟିଭ ଆସିଥିଲା
- ଜୀବର୍ଦ୍ଧନ ପଜିଟିଭ ଆସିବା ପରେ ବିବାହ ସ୍ଥଗିତ ରଖାଯାଇଥିଲା
ନିୟତିର ବିଡ଼ମ୍ବନା ଦେଖନ୍ତୁ- ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ସବୁଦିନ ପାଇଁ ଆଖିବୁଜି ଦେଲେ ଯୁଗୀପାଲି ଗାଁର ଅଭିମନ୍ୟୁ ଭୋଇଙ୍କ ଏକମାତ୍ର ପୁଅ ଜୀବର୍ଦ୍ଧନ ।