ହାଜତ ମୃତ୍ୟୁ ଅଭିଯୋଗ ଆଣି ବୀରମିତ୍ରପୁର ଥାନାରେ ଉତ୍ତେଜନା : ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

Advertisment
ହାଜତ ମୃତ୍ୟୁ ଅଭିଯୋଗ ଆଣି ବୀରମିତ୍ରପୁର ଥାନାରେ ଉତ୍ତେଜନା : ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

କନକ ବ୍ୟୁରୋ : ରାଉରକେଲାରୁ ଆସିଛି ହାଜତ ମୃତ୍ୟୁ ଅଭିଯୋଗ । ଯୁବକର ମୃତ୍ୟୁକୁ ନେଇ ବୀରମିତ୍ରପୁର ଥାନାରେ ପ୍ରବଳ ଉତ୍ତେଜନା । ପୋଲିସ ହେପାଜତରେ ଯୁବକ ଜଣକ ଥିବା ବେଳେ , ତାକୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏକ ଅପରାଧିକ ମାମଲାରେ ଯୁବକକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ଥାନାରେ ଥିବା ବେଳେ ଅସୁସ୍ଥ ହୋଇପଡିବାରୁ ତାକୁ ରାଉରକେଲା ଆଇଜିଏଚରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ ହେବା ପରେ, ବୀରମିତ୍ରପୁର ଥାନାରେ ଦେଖା ଦେଇଛି ପ୍ରବଳ ଉତ୍ତେଜନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe