ଅଣ୍ଡା, ହଳଦୀ, ପରିବା ଓ ଲୁଣ । ଅସଲି ନା ନକଲି, ଜାଣିବେ କେମିତି?

864

କନକ ବ୍ୟୁରୋ: ଖାଦ୍ୟ ମନୁଷ୍ୟ ଶରୀର ପାଇଁ ଏକ ଅପରିହାର୍ଯ୍ୟ ପଦାର୍ଥ । ଏହା ମଣିଷ ଶରୀରରେ ପ୍ରୋଟିନ ଭାବେ କାମ କରେ । ଆଉ ଆମେ ଖାଉଥିବା ଖାଦ୍ୟରେ ପୋଷଣ ରହିବା ନିହାତି ଜୁରୁରୀ । ଯଦି ଖାଦ୍ୟରେ ପୋଷଣ ନରହିବ ତେବେ ଆମ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିପାରିବ ନାହିଁ । ତେବେ ଆମେ ଆଜି ଏହି କଥା କହିବାର କାରଣ ହେଉଛି ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହକୁ ଜାତୀୟ ପୋଷଣ ସପ୍ତାହ ଭାବେ ପାଳନ କରାଯାଏ ।

ହେଲେ ଅନେକ ସମୟରେ ଖାଦ୍ୟରେ ଅପମିଶ୍ରଣ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଆମେ ଜାଣିଛୁ ବଜାରରେ ମିଳୁଥିବା ସବୁଜ ପନିପରିବା ଆମ ଶରୀର ପାଇଁ ବେଶ ହିତକର ଯଦି ଆମକୁ କେହି କହିବେ ଏଥିରେ ଅପମିଶ୍ରମ ହୋଇଛି ତେବେ ଆମେ ଚିନ୍ତାରେ ପଡିଯିବା । ତେବେ ଏହି ସବୁ ଖାଦ୍ୟରେ ଅପମିଶ୍ରଣର ଯାଞ୍ଚ କରିବା ନିହାତି ଜରୁରୀ ।

ଫୁଡ ସେଫ୍ଟି ଆଣ୍ଡ ସ୍ଟାଣ୍ଡାର୍ଡ ଅଥୋରିଟି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଖାଦ୍ୟରେ ହେଉଥିବା ଅପମିଶ୍ରଣକୁ ଯାଞ୍ଚ କରିବାର ବିଭିନ୍ନ ଉପାୟ ଦେଇଛି । ତେବେ ଆସନ୍ତୁ ଜାଣିବା କିଭଳି ନକଲି ଓ ଅସଲି ଖଦ୍ୟର ଯାଞ୍ଚ କରିବା ।

ପରିବାରେ ଅପମିଶ୍ରଣର ଯାଞ୍ଚ
ଏହି ଭିଡିଓରେ ଦେଖିବାକୁ ମିଳିଛି ତୂଳାକୁ ପେରାଫିନ ଲିକ୍ୟୁଡରେ ଭିଜାଇ ଦିଅନ୍ତୁ, ଏହାପରେ ତୂଳାକୁ ପରିବାର ବାହାର ଅଂଶରେ ଘସନ୍ତୁ, ଏହା କରିବା ପରେ ସବୁ ସତ ସାମ୍ନାରେ ଥିବ । ଘସିବା ପରେ ଯଦି ତୂଳାର ରଙ୍ଗ ନୀଳ ପଡିଯାଉଛି ତେବେ ଜାଣିବେ ପରିବାରେ ଅପମିଶ୍ରଣ ହୋଇଛି । ଆଉ ଯଦି ତୂଳା ନୀଳ ରଙ୍ଗ ନପଡୁଛି ତେବେ ଜାଣିବେ ଏଥିରେ କୌଣସି ପ୍ରକାର ଅପମିଶ୍ରଣ ହୋଇନାହିଁ । ପରିବାକୁ ସବୁଜ ରଖିବା ପାଇଁ ମେଲାକାଇଟ ଗ୍ରୀନର ବ୍ୟବାହର କରାଯାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ହଳଦୀରେ ଅପମିଶ୍ରଣର ଯାଞ୍ଚ
ସେହିପରି ବଜାରରେ ମିଳୁଥିବା ହଳଦୀରେ ଅପମିଶ୍ରଣ ହୋଇଛି ନା ନାହିଁ ଜାଣିବା ପାଇଁ ଦୁଇଟି ଗ୍ଲାସରେ ଅଧା ପାଣି ନିଅନ୍ତୁ । ଆଉ ଦୁଇଟି ଗ୍ଲାସରେ ଗୋଟିଏ ଚାମଚ ଲେଖାଏ ହଳଦୀ ପକାନ୍ତୁ । ଏଥିରେ ଦେଖିବେ ଯେଉଁ ଗ୍ଲାସରେ ହଳଦୀ ପାଉଡର ତଳେ ବସିଯାଉଛି ତାହା ଶୁଦ୍ଧ, ଆଉ ଯେଉଁ ଗ୍ଲାସରେ ହଳଦୀ ପାଉଡର ତଳେ ବସୁନି ଆଉ ଗ୍ଲାସରେ ପାଣିର ରଙ୍ଗ ହଳଦିଆ ପଡୁନି ତାହା ଅପମିଶ୍ରଣ ବୋଲି ଜାଣିଯିବେ ।

ଲୁଣରେ ଅପମିଶ୍ରଣର ଯାଞ୍ଚ
ଏହି ମାଧ୍ୟମରେ ଆପଣ ଲୁଣର ଅପମିଶ୍ରଣ ମଧ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ ଆଳୁକୁ ଦୁଇଫାଳ କରି କାଟିବାକୁ ହେବ । ଗୋଟିଏ ଆଳୁରେ ଶୁଦ୍ଧ ଲୁଣ ଓ ଆଉ ଗୋଟିଏ ଆଳୁରେ ବିଶୁଦ୍ଧ ଲୁଣ ଲଗାଇବେ । ଆପଣ ଦେଖିବେ ବିଶୁଦ୍ଧ ଲୁଣ ଲଗାଇଥିବା ଆଳୁର ରଙ୍ଗ ନୀଳ ଓ ହଲକା କଳା ରଙ୍ଗ ପଡିଯିବ, ହେଲେ ଶୁଦ୍ଧ ଲୁଣ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଦେଖାଯିବ ନାହିଁ ।

ଅଣ୍ଡା ଅସଲି ନା ନକଲି?
ଅଣ୍ଡାର ଅପିଶ୍ରଣକୁ ମଧ୍ୟ ଆମେ ପରୀକ୍ଷା କରିପାରିବା । ଏହା ଜାଣିବା ପାଇଁ ଆପଣଙ୍କୁ ଗୋଟିଏ ଗ୍ଲାସରେ ପାଣି ନେବାକୁ ହେବ । ଧ୍ୟାନ ରଖିବେ କି ଗ୍ଲାସରେ ପାଣି ଅଧାରୁ ଅଧିକ ରହିବା ଦରକାର । ଆଉ ସେଥିରେ ଗୋଟିଏ ଅଣ୍ଡାକୁ ଛାଡିଦିଅ । ଏହି ସମୟରେ ଆପଣଙ୍କୁ ଅଣ୍ଡାର ୩ଟି ସ୍ଥିତି ନଜର ଆସିବ । ଯଦି ଅଣ୍ଡା ଏକଦମ ତଳେ ବସି ଯାଉଛି ତେବେ ଜାଣିବେ ଅଣ୍ଡା ଭଲ କ୍ୱ୍ୟାଲିଟିର । ଆଉ ବାକି ଦୁଇଟି ସ୍ଥିତି ଅଣ୍ଡାର ଖରାପ କ୍ୱ୍ୟାଲିଟିକୁ ଦର୍ଶାଉଛି, ଯାହା ଶରୀର ପାଇଁ କ୍ଷତିକାରକ ।

ଏଭଳି ଭାବେ ଆପଣ ଖାଦ୍ୟମାନ ଯାଞ୍ଚ କରିପାରିବେ । ଆଉ ପୋଷଣ ଜାତୀୟ ଖାଦ୍ୟ ଖାଇ ନିଜ ଶରୀରର ଯତ୍ନ ନେଇପାରିବେ ।