ୱାଟର ପ୍ୟୁରିଫାୟର ଯେତେ ଲାଭଦାୟକ ସେତେ କ୍ଷତିକାରକ ମଧ୍ୟ ! ୱାଟର୍ ପ୍ୟୁରିଫାୟର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ

673

ଆରଓ ପ୍ୟୁରିଫାୟାର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଗ୍ରୀନ୍ ଟ୍ରିବ୍ୟୁନାଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରିବ୍ୟୁନାଲ୍ କହିଛନ୍ତି ଯେ ଯେଉଁଠାରେ ପାଣି ବେଶୀ କ୍ଷାର ଲାଗୁ ନଥିବ ସେଠାରେ ଏହି ପ୍ୟୁରିଫାୟର୍ ଉପରେ ପ୍ରତିବନ୍ଧକ ଲଗାଯାଉ । ଯେଉଁଠାରେ ପାଣିରେ ଟିଡିଏସର ମାତ୍ରା ଲିଟର ପ୍ରତି ୫୦୦ ମିଲିଗ୍ରାମରୁ କମ୍ ଥିବ ସେଠାରେ ଏହିଭଳି ପ୍ୟୁରିଫାୟର ନଲାଗାଇବାକୁ ସରକାରଙ୍କୁ ତାଗିଦ କରିଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ୍ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନଜିଟି) ପକ୍ଷରୁ କୁହାଯାଇଛି ଯେ, ଲିଟର ପିଛା ପାଣିରେ ୫୦୦ ଏମଜି କ୍ଷାର ନଥିଲେ ଆରଓ (ରିଭର୍ସ ଅସମସିସ) କାମ କରି ନଥାଏ ବରଂ ଆରଓ ପାଣିରେ ଥିବା ଗୁରୁତ୍ବପୂର୍ଣ୍ଣ ଉପାଦାନକୁ ନଷ୍ଟ କରିଦେଇଥାଏ । ଏହା ସହ ପାଣିକୁ ନଷ୍ଟ ମଧ୍ୟ କରିଦେଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ପ୍ରତି ଲିଟର ପାଣିରେ ୩୦୦ ମିଲିଗ୍ରାମ୍ ତଳକୁ ଏହି ଟିଡିଏସ୍ ରହିବା ଆବଶ୍ୟକ । ଯେତେବେଳେ ଏହି ଟିଡିଏସ୍ ୯୦୦ ମିଲିଗ୍ରାମ୍ ହୋଇଥାଏ, ଏହି ପାଣି ଖରାପ ହୋଇଥାଏ । ସେହିପରି ୧୨୦୦ ମିଲିଗ୍ରାମ୍ ଟିଡିଏସ୍ ଥିଲେ ଏହି ପାଣିକୁ ବର୍ଜନ କରିବା ଆବଶ୍ୟକ । ଆରଓ ପ୍ରକ୍ରିୟାରେ ପାଣିରେ ଥିବା ଅଶୁଦ୍ଧ ପଦାର୍ଥକୁ ବିଶୁଦ୍ଧ କରାଯାଇଥାଏ ।

ଏନଜିଟି କହିଛି କି, ପରିବେଶ ଏବଂ ବନ ମନ୍ତ୍ରାଳୟ ସେହି ସ୍ଥାନରେ ଆରଓର ବ୍ୟବହାର ଉପରେ ପ୍ରତିିବନ୍ଧକ ଲଗାଇବା ଭଳି ଉଚିତ୍ ଅଧିସୂଚନା ଜାରି କରିପାରେ । ଯେଉଁଠି ପାଣିରେ ଟିଡିଏସ ୫୦୦ ଏମଜି ପ୍ରତି ଲିଟରରୁ କମ୍ ଓ ଯେଉଁଠି ଆରଓର ଅନୁମତି ଅଛି ସେଠି ସୁନିଶ୍ଚିତ କରାଯିବ କି ୬୦ ପ୍ରତିଶତରୁ ଅଧିକ ପାଣିକୁ ପୁନଃ ବ୍ୟବହାରରେ ଅଣାଯାଉ ।