ପବିତ୍ର ଜଳରାଶି ଗଙ୍ଗାକୁ ପ୍ରଦୂଷିତ କରୁଛି କ୍ଷତିକାରକ କ୍ରୋମିୟମ୍ ! ଗଙ୍ଗାକୁ ଦୂଷିତ କରୁଥିବା କାରଖାନାଗୁଡିକ ଉପରେ ଲାଗିଲା ୨୮୦ କୋଟିର ଜରିମାନା 

193

ଆବଶ୍ୟକ ସୂଚନା ଓ କାର୍ଯ୍ୟାନୁଷ୍ଠାନର ଅଭାବ କାରଣରୁ ଅଧିକାଂଶ ନଦୀ ଜଳ ଏବେ ପ୍ରଦୂଷିତ ହେବାରେ ଲାଗିଛି । ରାଷ୍ଟ୍ରୀୟ ହରିତ ନ୍ୟାୟାଧିକରଣ(ଏନଜିଟି) ଗଙ୍ଗା ଜଳ ପ୍ରଦୂଷଣ ଉପରେ ଦୃଢ ମନୋଭାବ ପୋଷଣ କରିଛନ୍ତି । ଏନଜିଟି ପକ୍ଷରୁ କାନପୁର ଦେହାଦର ରନିୟା ଏବଂ ରାଖୀ ଅଞ୍ଚଳରେ ଗଙ୍ଗା ଜଳରେ କ୍ରୋମିୟମ ଯୁକ୍ତ ଆବର୍ଜନା ମିଶୁଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି ହୋଇଛି । ଏଥି ସହିତ ପ୍ରଦୂଷିତ କରୁଥିବା ୧୨୨ଟି କାରଖାନା ଉପରେ ୨୮୦କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଏନଜିଟିର ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ କହିଛନ୍ତି କି, ରାଜ୍ୟ ସରକାର ଗଙ୍ଗା ନଦୀକୁ ବିଷାକ୍ତ ପଦାର୍ଥରୁ ରକ୍ଷା କରିବାକୁ ଅସମର୍ଥ ହୋଇଛନ୍ତି । ୧୯୭୬ ରୁ ଏବେ ପର୍ଯ୍ୟନ୍ତ ଏହି ସମସ୍ତ ସମସ୍ୟାକୁ ସମାଧାନ କରିପାରି ନାହାନ୍ତି । ଜଳ ପ୍ରଦୂଷିତ ହେବା ଦ୍ୱାରା ସାଧାରଣ ବାସିନ୍ଦାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡୁଛି ।

ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ୟୁପିପିସୀବି)କୁ ଅଭିଯୁକ୍ତ କାରଖାନାଠାରୁ ଜୋରିମାନା ଆଦାୟ କରିବା ଉଚିତ୍ । ଯେଉଁ ପର୍ଯ୍ୟନ୍ତ ଏହି ଜୋରିମାନା ରାଶି ଆଦାୟ କରାଯାଇ ନାହିଁ ସେବେ ଯାଏଁ ସରକାର ନିଜେ ଏହି ଜୋରିମାନା ରାଶିକୁ ଇଏସସୀଆରଓଡବ୍ଲ୍ୟୁକୁ ହସ୍ତାନ୍ତର କରିବେ । ଏହି ରାଶିର ବ୍ୟବହାର ଅଞ୍ଚଳର ପର୍ଯ୍ୟାବରଣ ଏବଂ ସାର୍ବଜନିକ ସ୍ୱାସ୍ଥ୍ୟର ସୁଧାର ଆଣିବା ଦିଗରେ ଖର୍ଚ୍ଚ କରାଯିବ ।