ସାଧାରଣରୁ ଅଧିକ ଗ୍ରିନ୍ ଟି ପିଉଛନ୍ତି କି ? ସାବଧାନ ଅସୁବିଧାରେ ପଡିପାରନ୍ତି !

ସାଧାରଣରୁ ଅଧିକ ଗ୍ରିନ୍ ଟି ପିଉଛନ୍ତି କି ? ସାବଧାନ ଅସୁବିଧାରେ ପଡିପାରନ୍ତି !

source- HaorBarta24

ଆପଣ ଯଦି ଫିଟ୍ ରହିବା ଲାଗି ଗ୍ରିନ୍ ଟି ସେବନ କରୁଥାନ୍ତି, ତେବେ ପ୍ରଥମେ ଏହାର ଅପକାରିତା ସଂପର୍କରେ ଜାଣି ରଖିବା ଉଚିତ। ନିକଟରେ ୟୁରୋପିୟନ୍ ଫୁଡ଼୍ ସେଫ୍ଟି ଅଥରିଟି (ଇଏଫଏସଏ )ପକ୍ଷରୁ ଏହି ବିଷୟରେ ଗବେଷଣା କରାଯାଇଥିଲା। ସେଥିରୁ ସ୍ପଷ୍ଟ ହୋଇଛି ଯେ, ମାତ୍ରାଧିକ ଗ୍ରିନ୍ ଟି ପିଇବା ଦ୍ୱାରା ଯକୃତ କ୍ଷତିଗ୍ରସ୍ତ ହୋଇପାରେ।publive-imageବ୍ରୁ ଅଡ୍ ଟି ବା ଇନଷ୍ଟାଣ୍ଟ ଟି ଡ୍ରିଙ୍କସକୁ ଶରୀର ପାଇଁ ଭଲ ବୋଲି କୁହାଯାଏ। କାରଣ ଗ୍ରିନ୍ ଟିରେ ପ୍ରାକୃତିକ ରୂପରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟର ମାତ୍ରା କମ୍ । କିନ୍ତୁ ଏହି ଆଣ୍ଟି ଅକ୍ସିଡ଼େଣ୍ଟସର ଅଧିକ ସେବନ କରିଲେ,ତାହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହି କାରଣରୁ ଗ୍ରିନ୍ ଟି ସପ୍ଲିମେଣ୍ଟରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟସର ମାତ୍ରା ଯକୃତକୁ କ୍ଷତି ପହଞ୍ଚାଇଥାଏ। ଇଏଫଏସଏର ସୂଚନା ଅନୁଯାୟୀ ଗ୍ରିନ୍ ଟି ରେ ୫ରୁ ୧୦୦ ମିଲିଗ୍ରାମ୍ ଯାଏଁ ଗ୍ରିନ୍ ଟି ଥାଏ। କିନ୍ତୁ ବ୍ରୁ ଅଡ୍ ଟି ବା ଟି ଇନଫ୍ୟୁଜନରେ ୯୦ରୁ ୩୦୦ ମିଲିଗ୍ରାମ୍ ଥାଏ। ଗବେଷକ ମାନଙ୍କ କହିବା ଅନୁଯାୟୀ ଦୈନିକ ୮୦୦ ମିଲିଗ୍ରାମ୍ ବା ତା’ ଠାରୁ ଅଧିକ ଗ୍ରିନ୍ ଟି ପିଇଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ।
ଲୋକେ ସାଧାରଣତଃ ଓଜନ ହ୍ରାସ ପାଇଁ ଗ୍ରିନ୍ ଟି ପିଇଥାନ୍ତି। ଏହାର ସେବନ ଖାଲି ପେଟରେ କରା ଯାଇଥାଏ। କିନ୍ତୁ ଦିନକ ଭିତରେ ଥରକୁ ଅଧିକ ଓ କପେ ଅପେକ୍ଷା ବେଶି ଗ୍ରିନ୍ ଟି ପିଇବା ଅନୁଚିତ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe