ପାଳନ ହେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ । ସବୁଜ ସଂକେତ ଦେଲେ ସରକାର, ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଅନୁଷ୍ଠିତ ହେବ ଦେବନୀତି ।

388

କନକ ବ୍ୟୁରୋ: ଲିଙ୍ଗରାଜଙ୍କ ରୁକୁଣା ରଥ ହେଲାନି, କିନ୍ତୁ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।

ନୀତିର ଦାୟିତ୍ୱରେ ଥିବା ସୀମିତ ସେବାୟତ ହିଁ ଏହି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହେବେ । ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ସେମାନେ ଏଥିରେ ସାମିଲ ହୋଇ ପାରିବେ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ମନ୍ଦିର ପ୍ରଶାସନ, ବିଏମସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।