କନକ ବ୍ୟୁରୋ : ଫିଲ୍ମ ‘ପଦ୍ମାବତ’କୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି । ‘ପଦ୍ମାବତ’ଉପରେ କୌଣସି ରାଜ୍ୟ ବ୍ୟାନ୍ ଲଗାଇ ପାରିବେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବା ସରକାରଙ୍କ ଦାୟିତ୍ୱ ଏବଂ କୌଣସି ରାଜ୍ୟରେ ପଦ୍ମାବତ ବ୍ୟାନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହାସହ ପଦ୍ମାବତ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ତାହା ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି । ସାରା ଦେଶରେ ପଦ୍ମାବତ ଫିଲ୍ମ ପ୍ରଦର୍ଶନ ପାଇଁ ସାର୍ଟିଫିକେଟ ମିଳିଥିବା ବେଳେ କୌଣସି ରାଜ୍ୟ ଏଥିରେ ବ୍ୟାନ୍ ଲଗାଇବା ଅସମ୍ବିଧାନିକ ବୋଲି ବରିଷ୍ଠ ଓକିଲ ହରୀଶ ସାଲଭେ କୋର୍ଟରେ ଯୁକ୍ତି ରଖିଥିଲେ । ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ପଦ୍ମାବତ ପ୍ରଦର୍ଶନ ଉପରେ ବ୍ୟାନ ଲଗାଇଥିଲେ । ଜାନୁୟାରୀ ୨୫ତାରିଖରେ ରିଲିଜ ହେବ ପଦ୍ମାବତ ।
କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଫିଲ୍ମର ୩୦୦ଟି ଦୃଶ୍ୟକୁ କଟାଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ବଲିଉଡର ଅନେକ ପ୍ରସିଦ୍ଧ ନିର୍ଦ୍ଦେଶକ ଓ ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଉପସ୍ଥିତିରେ ରାଜକମଲ ଷ୍ଟୁଡିଓରେ ଫିଲ୍ମର କିଛି ଦୃଶ୍ୟକୁ ବାଦ ଦିଆଯାଇଛି । ଯେଉଁଥିରେ ଫିଲ୍ମର ଦିଲ୍ଲୀ, ମେୱର ଓ ଚିତୋରଗଡରେ ସୁଟିଂ କରାଯାଇଥିବା ଦୃଶ୍ୟକୁ ବାଦ ଦିଆଯାଇଛି । ଏହି ଫିଲ୍ମକୁ ‘ପଦ୍ମାବତୀ’ ପରିବର୍ତ୍ତେ ‘ପଦ୍ମାବତ୍’ ନାମରେ ରିଲିଜ କରାଯିବ ।
ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁରଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଅନେକ ଦିନ ହେବ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଥିଲେ ବି ବାସ୍ତବରେ କେବେ ରିଲିଜ ହେଉଛି ତାହା ଏଯାଏ ସ୍ପଷ୍ଟ ହୋଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/Padmavat-644x362.png)