ଭକ୍ତ-ଭକ୍ତିରେ ଭୂତାଣୁ କଟକଣା : ବିନା ଭକ୍ତରେ ଆସିବେ ମା’ । କଟକରେ ଦୁର୍ଗାପୂଜାକୁ ଅନୁମତି କିନ୍ତୁ କେବଳ ମଣ୍ଡପରେ ପୂଜା ପାଇବେ ମା’ ଦଶଭୂଜା । ଶ୍ରଦ୍ଧାଳୁଙ୍କ ଉପରେ ଲାଗିଲା କରୋନା କଟକଣା….

433

କନକ ବ୍ୟୁରୋ: କଟକରେ ହେବ ଦୁର୍ଗାପୂଜା । କରୋନା କଟକଣା ଭିତରେ ଦୁର୍ଗାପୂଜା ହେବାନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି । ତେବେ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଏଥର କଟକରେ ପାଳିତ ହେବ ଦୁର୍ଗପୂଜା କିନ୍ତୁ ସାର୍ବଜନୀନ ସ୍ଥାନରେ ଅଦୌ ଦୁର୍ଗାପୂଜାର ଆୟୋଜନ ହେବନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ କେବଳ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ କେବଳ ପୂଜା ପଣ୍ଡାଲ ଉପରେ ହିଁ ଆୟୋଜନ ହେବ, ଆଉ ସବୁଠାରୁ ବଡ଼କଥା ହେଲା କି, ଏଥର ପୂଜା ହେବ କିନ୍ତୁ ବିନାଭକ୍ତରେ । କାରଣ କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ବିଭିନ୍ନ ପୂଜା ଓ ସାହି କମିଟି ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ଏପରିକି ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ବିନା ଭକ୍ତରେ ପୂଜାର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ କଟକର କୌଣସି ମଣ୍ଡପରେ ଭିଡ଼ କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମକୁ ପ୍ରଶୟ ଦିଆଯିବ ନାହିଁ । କାରଣ ବର୍ତ୍ତମାନ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖିଲେ କେବଳ ମଣ୍ଡପ ଏବଂ ନିଜ ନିଜ ଘରେ ପୂଜାର ଆୟୋଜନ ପାଇଁ ଅନୁମତି ଦିଆଯିବ । କରୋନା ସଂକ୍ରମଣ ରୋକିବାକୁ ଭିଡ଼କୁ ପ୍ରଶୟ ଦିଆଯିବ ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।