ଅନଲାଇନରେ ମଞ୍ଜି ମଗାଇ ଚାଷ କରି ସଫଳ ହେଲେ ଦୁଇ ଯୁବ ଚାଷୀ । କୁଚିଣ୍ଡାର ରଙ୍ଗୀନ ବନ୍ଧାକୋବି ଚାଷ ପଛର କାହାଣୀ…

160

କନକ ବ୍ୟୁରୋ: ଆତ୍ମନିର୍ଭରଶୀଳ ହେବା ପାଇଁ ଦୃଢ ମନୋବଳ ଓ କିଛି କରି ଦେଖାଇବାର ଇଚ୍ଛା ମଣିଷକୁ ସଫଳ କରାଏ । ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପତ୍ରାପାଲି ଗାଁର ଦୁଇଭାଇ । ଅନ୍ଲାଇନରେ ମଂଜି ମଗାଇ କରିଛନ୍ତି ରଙ୍ଗିନ ବନ୍ଧାକୋବି ଚାଷ । ଯାହା ଦେଖିବାକୁ ଯେତିିକି ସୁନ୍ଦର, ଖାଇବାକୁ ସେତିକି ସ୍ୱାଦିଷ୍ଟ ।

ସୁନ୍ଦରଗଡ ବଣାଇର ଜଣେ ଯୁବ ଚାଷୀ ରଙ୍ଗୀନ ଫୁଲକୋବି ଚାଷ କରି ଚର୍ଚ୍ଚିତ ହୋଇଥିବା ବେଳେ ଏବେ କୁଚିଣ୍ଡାର ଦୁଇଭାଇ ରଙ୍ଗୀନ ବନ୍ଧାକୋବି ଚାଷ କରି ବେଶ ସଫଳତା ପାଇଛନ୍ତି । ଅନ୍ଲାଇନରୁ ଶିଖି କିପରି ବାସ୍ତବ କ୍ଷେତ୍ରରେ ସଫଳତା ପାଇହୁଏ, ସେମାନଙ୍କ କ୍ଷେତରେ ରଙ୍ଗିନ ବନ୍ଧାକୋବି ଚାଷ ଦେଖିଲେ ସହଜରେ ଜାଣିହେବ । ଅନଲାଇନରୁ ମଂଜି ମଗାଇ ପ୍ରଥମେ ପରୀକ୍ଷାମୂଳକ ଭାବେ ପନ୍ଦର ଶହ ଗଛ ଲଗାଇଥିଲେ ।

ପ୍ରଥମେ ପଦକ୍ଷେପରେ ସଫଳତା ପାଇଥିବାରୁ ଚାଷୀ ଯେତିକି ଖୁସି, ରଂଗୀନ କୋବିକୁ ଦେଖି ପାଖଆଖ ଅଂଚଳର ଚାଷୀ ମଧ୍ୟ ଏହି ଚାଷ ପାଇଁ ସେତିକି ଆଗ୍ରହ ପ୍ରକାଶ କରୁଛନ୍ତି । ବଜାରରେ ଏହାର ଚାହିଦା ଭଲ ରହିଥିବାରୁ ଲୋକଙ୍କ ପସନ୍ଦ ପାଲଟିଛି ।ଉନ୍ନତମାନର ମଂଜି, ନୂଆ ଜ୍ଞାନ କୈାଶଳ ଯୋଗାଇବା ସହ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ ଦିିଆଗଲେ, ଚାଷୀ କମ ଖର୍ଚରେ ଅଧିକ ଲାଭବାନ ହୋଇପାରବେ ବୋଲି ମତପ୍ରକାଶ ପାଇଛି ।