କନକ ବ୍ୟୁରୋ : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବେ ଅମ୍ରିତ ପ୍ରଧାନ । ବର୍ତମାନ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥିତ ଆପୋଲକୁ ସ୍ଥାନାନ୍ତର କରାଯିବ । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ । କରୋନା ସଂକ୍ରମିତ ହେବାରୁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ଏହା ସହ ନିମୋନିଆ ଓ ସେପ୍ଟିସେମିଆରେ ସେ ପିଡ଼ିତ ଅଛନ୍ତି ।
ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏଥିପାଇଁ ସେ ୧୨ ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଡ଼ାକ୍ତରୀ ଦଳ ସ୍ଥାନାନ୍ତରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଚେନ୍ନାଇ ଆପୋଲରୁ ଆସିଛନ୍ତି ୬ଜଣିଆ ଡ଼କ୍ତରୀ ଦଳ ।
ୟଚେନ୍ନାଇ ନେବା ପରେ ପ୍ରଥମେ ଇକ୍ମୋ ଚିକିତ୍ସା ଚାଲିବ । ଆବଶ୍ୟକ ପଡ଼ିଲେ ଫୁସଫୁସ୍ ପ୍ରତିରୋପଣ ବି କରାଯାଇପାରେ । ଏପରି ଜଟିଳ ଚିକିତ୍ସାର ବ୍ୟବସ୍ଥା କରିବାକୁ ଚେନ୍ନାଇର ଆପୋଲ ହସ୍ପିଟାଲ ସହମତି ଦେବା ପରେ, ଅମ୍ରିତ୍ ପ୍ରଧାନଙ୍କୁ ଭୁବନେଶ୍ୱର ଏମସରୁ ଏୟାର ଲିଫ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।