ଗ୍ରୀନ୍ କରିଡରରେ ଅମ୍ରିତଙ୍କୁ ସ୍ଥାନାନ୍ତର । ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରଲିଫ୍ଟ ଯୋଗେ ନିଆଯିବ ଚେନ୍ନାଇ, ଏମ୍ସରୁ ବିମାନବନ୍ଦର ଯାଏଁ ପୋଲିସର ଗ୍ରୀନ୍ କରିଡର ।

1,149

କନକ ବ୍ୟୁରୋ : ଗ୍ରୀନ୍ କରିଡରରେ ଗୁରୁତର ଅମ୍ରିତଙ୍କୁ ନିଆଗଲା ବିମାନବନ୍ଦର । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅମ୍ରିତଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଛି ।  ଏମ୍ସ ହସ୍ପିଟାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କରାଯାଇଛି ଗ୍ରୀନ୍ କରିଡର । ବିମାନବନ୍ଦରରେ ପହଞ୍ଚିବା ପରେ ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯିବ । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ  ।

କରୋନା ସଂକ୍ରମିତ ହେବାରୁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ଏହା ସହ ନିମୋନିଆ ଓ ସେପ୍ଟିସେମିଆରେ ସେ ପିଡ଼ିତ ଅଛନ୍ତି । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏଥିପାଇଁ ସେ ୧୨ ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଛି  । ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଡ଼ାକ୍ତରୀ ଦଳ ସ୍ଥାନାନ୍ତରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଚେନ୍ନାଇ ଆପୋଲରୁ ଆସିଛନ୍ତି ୬ଜଣିଆ ଡ଼କ୍ତରୀ ଦଳ ।

ଚେନ୍ନାଇ ନେବା ପରେ ପ୍ରଥମେ ଇକ୍ମୋ ଚିକିତ୍ସା ଚାଲିବ । ଆବଶ୍ୟକ ପଡ଼ିଲେ ଫୁସଫୁସ୍ ପ୍ରତିରୋପଣ ବି କରାଯାଇପାରେ । ଏପରି ଜଟିଳ ଚିକିତ୍ସାର ବ୍ୟବସ୍ଥା କରିବାକୁ ଚେନ୍ନାଇର ଆପୋଲ ହସ୍ପିଟାଲ ସହମତି ଦେବା ପରେ, ଅମ୍ରିତ୍ ପ୍ରଧାନଙ୍କୁ ଭୁବନେଶ୍ୱର ଏମସରୁ ଏୟାର ଲିଫ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।