ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଏବେବି ମନ୍ଦିରରେ ଦଳିତଙ୍କ ପ୍ରବେଶକୁ ନେଇ ହୋ’ହଲ୍ଲା ଜାରି ରହିଛି । କିନ୍ତୁ ଏହି ସମୟରେ ୩ ହଜାର ବର୍ଷ ତଳରୁ ଚାଲି ଆସୁଥିବା ଏଭଳି ଏକ କୁପ୍ରଥାକୁ ପରିବର୍ତ୍ତନ କରିବା ପାଇଁ ଜଣେ ପୁଜାରୀ ଆଗକୁ ଆସିଥିଲେ ।ସୁଚନାନୁସାର ହାଇଦ୍ରାବାଦ ସହରର ଚିଲ୍କୁର ବାଲାଜୀ ମନ୍ଦିିରରେ ସିଏସ୍ ରଙ୍ଗରାଜନ୍ ନାମକ ଜଣେ ପୁଜାରୀ ସେଠାକାର ଜଣେ ଦଳିତ ଯୁବକକୁ କାନ୍ଧରେ ବସାଇ ମନ୍ଦିର ପରିକ୍ରମା କରିବା ସହ ପ୍ରବେଶ ମଧ୍ୟ କରାଇଥିଲେ । ଦଳିତ ଯୁବକ ଆଦିତ୍ୟ ପାରଶ୍ରୀଙ୍କୁ ପୁଜାରୀ ମନ୍ଦିରର ଗର୍ଭଗୃହକୁ ମଧ୍ୟ ପ୍ରବେଶ କରାଇଥିଲେ । ଏହି ପୁରୁଣା ପ୍ରଥାକୁ ତାମିଲନାଡୁରେ ମୁନି ବାହନ ସେବା ରୂପରେ ପାଳନ କରାଯାଉଥିଲା । ପୁଜାରୀଙ୍କ କହିବାନୁସାରେ, ଏହା ୨୭୦୦ ବର୍ଷ ପୁରୁଣା ପ୍ରଥା । କିନ୍ତୁ କିଛି ବର୍ଷରୁ ଏହି ପ୍ରଥାକୁ ପାଳନ କରାଯାଉନଥିଲା । ସନାତନ ଧର୍ମ ଅନୁସାରେ ଏହି ପ୍ରଥା ଉଚ୍ଚନୀଚ ଭେଦଭାବରୁ ଉର୍ଦ୍ଧରେ ଭାଇଚାରାର ଏକ ଉଦାହରଣ ଦେଇଥାଏ । ଆଦିତ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୁଜାରୀଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ ।
ଆଦିତ୍ୟଙ୍କ କହିବାନୁସାରେ “ଜଣେ ଦଳିତ ଘରେ ଜନ୍ମ ନେଇଥିବାରୁ ମୋ ପରିବାର ଏବଂ ମୋତେ ସବୁଠାରେ ତିରଷ୍କାର ହେବାକୁ ପଡୁ୍ଥିଲା । ଅନ୍ୟ ମନ୍ଦିରରେ ଭିତରକୁ ପ୍ରବେଶ ମଧ୍ୟ ନିଷିଦ୍ଧ ଥିଲା । କିନ୍ତୁ ଆଶା କରୁଛି ଏପରି ପରିବର୍ତ୍ତନ ଆଗକୁ ମଧ୍ୟ ଜାରି ରହିବ ।
ଭାଇଚାରାର ଅନନ୍ୟ ଉଦାହରଣ ! ଦଳିତ ଶ୍ରଦ୍ଧାଳୁଙ୍କୁ କାନ୍ଧରେ ବସାଇ ମନ୍ଦିର ପରିକ୍ରମା କରାଇଲେ ପୁଜାରୀ ।
/kanak/media/post_attachments/wp-content/uploads/2018/04/kocc88peprocess.jpg)