ପାକିସ୍ତାନ ଓ ଚୀନକୁ ବଡ ଚେତାବନୀ । ଭାରତକୁ ଆସୁଥିବା ରାଫେଲ ଯୁଦ୍ଧ ବିମାନରେ ଖଂଜା ହେବ ଶକ୍ତିଶାଳୀ ହାମର ମିସାଇଲ୍ : ଫ୍ରାନ୍ସ ପ୍ରତିରକ୍ଷା ବିଭାଗ ସହ ସମସ୍ତ ଆନୁସଙ୍ଗିକ କାମ ସରିବା ନେଇ ସୂଚନା 

1,455

କନକ ବ୍ୟୁରୋ : ଏବେ ଆଉ ଚାଲିବନି ଚୀନର ମନମାନୀ, ପାକିସ୍ତାନ ଆଉ ଦେଖାଇ ପାରିବ ନି ଆଖି । ଭାରତ ହାତକୁ ଆସିଛୁ ବାୟୁସେନାର ବ୍ରହ୍ମାସ୍ତ୍ର – ରାଫେଲ । କେବଳ ସେତିକି ନୁହେଁ ରାଫେଲ ଅଧିକ ଶକ୍ତିଶାଳୀ ହୋଇ ଭାରତକୁ ପ୍ରବେଶ କରିବ । ଏଥିରେ ଲାଗିବ ଅତ୍ୟାଧୁନିକ ତଥା ଘାତକ କ୍ଷେପଣାସ୍ତ୍ର ହେମର । ଫଳରେ ରାଫେର ଶକ୍ତି କେଇଗୁଣା ବୃଦ୍ଧି ପାଇବ । ଫଳରେ ଅଧିକ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଭାରତ-ଚୀନ ଉତେଜନା ଭିତରେ ରାଫେଲ ଯୁଦ୍ଧ ବିମାନ ପ୍ରଥମ ପର୍ଯ୍ୟାୟ ହସ୍ତାନ୍ତର ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି । ଭାରତୀୟ ବାୟୁସେନା ରାଫେଲ ଫାଇଟର୍ ଜେଟରେ ସବୁଠାରୁ ଘାତକ କ୍ଷେପଣାସ୍ତ୍ର- ହେମର ଖଂଜିବା ପାଇଁ ନିଷ୍ପତି ନେଇଛି ।

ଏବାବଦରେ ଫ୍ରାନ୍ସ ସହ ଚୁକ୍ତି ମଧ୍ୟ ଚୂଡାନ୍ତ ହୋଇଛି ଏବଂ ଖୁବ୍ ଶୀଘ୍ର ଏହି କ୍ଷେପଣାସ୍ତ୍ର ଭାରତକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତିରେ ହେମର କ୍ଷେପଣାସ୍ତ୍ର ଭାରତ ଆସିବ ଏବଂ ଏହାକୁ ରାଫେଲରେ ଖଂଜା ଯିବା ବ୍ୟବସ୍ଥା କରାଯାଇଛି ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ ୬୦-୭୦ କିଲୋମିଟର ଦୂରତା ମଧ୍ୟରେ ଯେ କୌଣସି ପ୍ରକାର ଲକ୍ଷ୍ୟ ଭେଦ କରିବାକୁ ଏହାର କ୍ଷମତା ରହିଛି । ଫ୍ରାନ୍ସ ପ୍ରତିରକ୍ଷା ବିଭାଗ ମଧ୍ୟ ଭାରତକୁ ଶୀଘ୍ର ହେମର ମିସାଇଲ୍ ଉପଲବ୍ଧ କରାଇବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ଏହା ଚୀନ ଓ ପାକିସ୍ତାନ ପାଇଁ ଏକ ବଡ ଚେତାବନୀ ବୋଲି କୁହାଯାଉଛି ।