ବିଏସଏଫକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ନିଶା ସାମଗ୍ରୀ କଲା ଜବତ

339

କନକ ବ୍ୟୁରୋ : ଭାରତ ପାକ୍ ସୀମାରେ ବିଏସଏଫକୁ ମିଳିଛି ବଡ ସଫଳତା । ଜାମ୍ମୁକାଶ୍ମୀରର ଆରଏସ ପୁରା ଅଂଚଳରେ ବିଏସଏଫ୍ ଯବାନ ଚୋରା ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ଉଦ୍ୟମକୁ ଭଣ୍ଡୁର କରିଛି । ପାଟ୍ରୋଲିଂ ସମୟରେ ଆରଏସପୁରା ଅଂଚଳରୁ ଭାରତୀୟ ବିଏସଏଫ୍ ଯବାନ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ନିଶା ସାମଗ୍ରୀ ଜବତ କରିଛି । ରାତିରେ ଏଲଓସିରେ ସନ୍ଦୀଗ୍ଧ ବ୍ୟକ୍ତିକୁ ସେନା ଦେଖିବା ପରେ ଧରିବାକୁ ଉଦ୍ୟମ କରିଥିଲା । କିନ୍ତୁ ରାତିର ଅନ୍ଧାରରେ ସେ ଖସି ଯାଇଥିଲା ।

ବର୍ତମାନ ସୀମାରେ ଆତଙ୍କୀ ଅନୁପ୍ରବେଶ କରାଇବାରେ ପାକିସ୍ତାନ ବିଫଳ ହେଉଥିବାରୁ ବେଆଇନ୍ ଅସ୍ତ୍ର ତସ୍କରଙ୍କ ଜରିଆରେ ଜାମ୍ମୁକାଶ୍ମୀରରେ ଅଶାନ୍ତି ଖେଳାଇବାକୁ ଏପରି ଉଦ୍ୟମ କରୁଥିବା ସେନା କହିଛି । ସୀମାରେ କଡା ନଜର ରଖିଛି ବିଏସଏଫ୍ । କୌଣସି ପ୍ରକାର ଅଘଟଣକୁ ରୋକିବାରେ ସେନା ସକ୍ଷମ ବୋଲି କହିଛି । ଏହି ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ସହିତ କାହା କାହାର ସଂପୃକ୍ତି ରହିଛି ସେ ନେଇ ସେନା ତଦନ୍ତ କରୁଥିବା କହିଛି ।