ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ ଖବର : ନଭେମ୍ବର ୧ରୁ ଜାରି ହେବ ନୂଆ ନିୟମ ; ଜାଣନ୍ତୁ କେଉଁ କେଉଁ ନିୟମରେ ହେବ ପରିବର୍ତ୍ତନ ?

1,284

କନକ ବ୍ୟୁରୋ : ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ ଖବର । ନଭେମ୍ବର ୧ରୁ ଜାରି ହେବ ନୂଆ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ । ଏଲପିଜି ସିଲିଣ୍ଡର ଡେଲିଭରି ଠାରୁ ଆରମ୍ଭ କରି ଗ୍ୟାସ ଦରରେ ହେବ ପରିବର୍ତ୍ତନ । ପହିଲାରୁ ଏଲପିଜି ଗ୍ୟାସ ସିଲିଣ୍ଡର ନେଇ ଲାଗୁ ହେବ ନୂଆ ନିୟମ ।

ଓଟିପି ନଦେଲେ ମିଳିବନି ଗ୍ୟାସ –
ନଭେମ୍ବର ୧ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିବ ନିୟମ । ଏଣିକି ଓଟିପି ନଦେଲେ ମିଳିବନି ଗ୍ୟାସ୍ । ତେବେ ଗ୍ୟାସ ସିଲିଣ୍ଡର ବୁକ୍ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ ।

ଠିକଣା ଭୁଲ ଥିଲେ ବିତରଣ ବନ୍ଦ –
ନୂଆ ସିଲିଣ୍ଡର ପଲିସି ଅନୁସାରେ, ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ନାଁ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିବାକୁ ହେବ । ଗ୍ରାହକଙ୍କ ଠିକଣା ଭୁଲ ଥିଲେ ବିତରଣ ବନ୍ଦ କରିଦିଆଯିବ । ତେବେ ଏହି ବ୍ୟବସ୍ଥା କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ । ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗ୍ୟାସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

SMS ଜରିଆରେ ହେବ ଗ୍ୟାସ ବୁକିଂ –
ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ଜାରି କଲା ଇଣ୍ଡିଆନ୍ ଗ୍ୟାସ୍ । ଏହି ନମ୍ବର ଜରିଆରେ ଆପଣ ଗ୍ୟାସ ବୁକ୍ କରିପାରିବେ । ଏଲପିଜି ଗ୍ୟାସ ବୁକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ୭୭୧୮୯୫୫୫୫୫ରେ ଏସଏମଏସ କରିବାକୁ ପଡିବ ।

ପହିଲାରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର –
ମାସର ପହିଲାରେ ଗ୍ୟାସ ସିଲିଣ୍ଡର ଦରରେ ହୋଇଥାଏ ପରିବର୍ତ୍ତନ । ଏହାରି ମଧ୍ୟରେ ନଭେମ୍ବର ୧ରୁ ମଧ୍ୟ ଗ୍ୟାସ ଦରରେ ପରିବର୍ତ୍ତନ ହୋଇପାରେ । ଅକ୍ଟୋବର ମାସରେ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି କରାଯାଇଥିଲା ।