କନକ ବ୍ୟୁରୋ : ବାଇକ ଚଢିବା, ଘେରେ ବୁଲି ଆସିବାକୁ କାହାକୁ ବି ଭଲ ଲାଗେ ନାହିଁ । ଯୁବପୀଢିଠାରୁ ବୟସ୍କମାନେ ସମସ୍ତେ ସକାଳୁ ସଂଜ ପର୍ଯ୍ୟନ୍ତ ବାଇକ ଉପରେ ନିର୍ଭରଶୀଳ । ଘରୁ ବାହାରିଲେ ହିଁ ବାଇକ ଦରକାର । ତେବେ ଯଦି କୌଣସି ସ୍ପିଡ ବାଇକ ବଜାରକୁ ଆସିଲା ତେବେ କଥା ସରିଲା । କେମିତି ତାକୁ କିଣିବେ , ଘେରେ ବୁଲିବେ ସେଥିପାଇଁ ଆଜିର ଯୁବବର୍ଗଙ୍କ ନିଦ ହଜିଯାଏ ।
ଲୁକ ଓ ଡିଜାଇନ ଦେଖି ଆକର୍ଷିତ ହେବେ ଗ୍ରାହକ

Advertisment

ବଜାରକୁ ଆସିଲା ହୋଣ୍ଡାର ହରନେଟ୍ ବାଇକ
୧୧ ସେକେଣ୍ଡରେ ଗାଡିର ବେଗ ପହଞ୍ଚିବ ୧୦୦ ସ୍ପିଡ୍

ତେବେ ଏହି ଖବର ନିଶ୍ଚିତ ଭାବରେ ସେମାନଙ୍କ ମନରେ ଖୁସି ଆଣିବ । କାରଣ ହୋଣ୍ଡା କମ୍ପାନୀ ଭାରତୀୟ ବଜାରରେ ନୂଆ ହରନେଟ୍ ୨.୦ ଲଂଚ୍ କରିଛି । କେବଳ ଏତିକି ନୁହେଁ ବରଂ ଏହି ବାଇକ ସହ କମ୍ପାନୀ ୧୮୦ ସିସି ସେଗେମେଣ୍ଟକୁ ମଧ୍ୟ ପ୍ରବେଶ କରାଇଛି । ବାଇକର ଲୁକ ଓ ଡିଜାଇନ ଏମିତି ରହିଛି ଯେ, ଯେ କେହି ବି ବାଇକକୁ ଦେଖିଲେ ଆଶ୍ଚର୍ଯ୍ୟ ହେବ ।

ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ବିତରଣ ଆରମ୍ଭ

ନୂଆ ହୋଣ୍ଡା ହର୍ନେଟ୍ ୨.୦ର ଶୁଭାରମ୍ଭ ସହିତ ବୁକିଂ ଆରମ୍ଭ ହୋଇଛି । ତେବେ ଆପଣ କମ୍ପାନୀର ଅଫିସିଆଲ ୱେବସାଇଟ୍ କିମ୍ବା ହୋଣ୍ଡାର ନିକଟତମ ଡିଲରସିପକୁ ଯାଇ ଆପଣ ଏହି ଗାଡିକୁ ବୁକ୍ କରିପାରିବେ । ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ଗାଡିର ବିତରଣ ଆରମ୍ଭ ହେବ ବୋଲି କମ୍ପାନୀ କହିଛି । ହୋଣ୍ଡା ନୂଆ ଆକର୍ଷଣୀୟ ହର୍ନେଟ୍ ୨.୦ ବାଇକ୍ ୪ ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଗାଡିରେ ଆପଣ ଏକାସାଙ୍ଗରେ ୧୨ ଲିଟର ତେଲ ପକାଇପାରିବେ । ବ୍ରେକିଂ ପାଇଁ ଚକ ଉପରେ ପେଟାଲ୍ ଡିସ ବ୍ରେକର ବ୍ୟବସ୍ଥା କରାଯାଇଛି । ହୋଣ୍ଡାର ଏହି ନୂତନ ବାଇକର ଲାଇଟ୍ ଏମିତି ଲଗାଯାଇଛି ଯେ, ଯାହା ଅନେକ ଦୂର ପର୍ଯ୍ୟନ୍ତ ଗାଡି ଚାଳକଙ୍କୁ ଦେଖାଯିବ । କେବଳ ଏତିକି ନୁହେଁ ବରଂ ବାଇକର ଫିଚର ଏମିତି କିଛି ଅଛି ଯେ, ଯେ କେହି ବି କିଣିବାକୁ ମନ ବଳାଇବ । ଗାଡିର ବଜାର ମୂଲ୍ୟ ମାତ୍ର ୧୨୬୩୪୫ ଟଙ୍କା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କମ୍ପାନୀ ଦୃଢତାର ସହ ଦାବି କରି କହିଛି ବାଇକ ମାତ୍ର ୧୧ ସେକେଣ୍ଡରେ ଶୂନରୁ ୧୦୦ କିମି ସ୍ପିଡରେ ଯାଇପାରିବ । ଗାଡିରେ କମ୍ପାନୀ ନୂଆ ୧୮୪ ସିସି ଐଋଞ ଈଝ୬ ଚଏଗ-ୠଓ ଇଂଜିନ ଲଗାଇଛି । ଯାହାକି ଅତି ସ୍ପିଡରେ ରାସ୍ତାରେ ଦୌଡିପାରିବ ।