କନକ ବ୍ୟୁରୋ: ଏବେବି ଟଳିନି ଆକ୍ରମଣର ସମ୍ଭାବନା । ଋଷର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୟୁକ୍ରେନର ପିଲାଠାରୁ ବୁଢା ସଭିଏଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଶତ୍ରୁଠାରୁ କେବଳ ନିଜକୁ ନୁୁହେଁ ନିଜ ଦେଶକୁ ସୁରକ୍ଷା ଦେବାକୁ ୟୁକ୍ରେନର ସବୁବର୍ଗର ନାଗରିକଙ୍କୁ ରଣ କୌଶଳ ଶିକ୍ଷା ଦେଉଛନ୍ତି ୟୁକ୍ରେନ୍ ସେନା । ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ୮୦ ବର୍ଷର ବୃଦ୍ଧା ହାତରେ ଏକେ-୪୭ ରାଇଫଲ୍ସ ଧରି ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଛି ।
ୟୁକ୍ରେନର ପ୍ରଶିକ୍ଷଣ ଶିବିରରେ ଏକ ତାଲିମ ଶିବିରରେ ପ୍ରାୟ ୮୦ ବର୍ଷ ବୟସର ଜଣେ ଧଳା କେଶ ବିଶିଷ୍ଟ ମହିଳାଙ୍କୁ ଦେଖି ସମଗ୍ର ବିଶ୍ୱରେ ଗଣମାଧ୍ୟମ ଆଶ୍ଚର୍ୟ୍ୟ ହୋଇଯାଇଥିଲା। ତେବେ ନାଗରିକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପରେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ଏବେ ସବୁଆଡେ ପ୍ରଶଂସା କରାଯାଉଛି। ବୃଦ୍ଧା ଜଣକ ଏକେ-୪୭ ଚଳାଇବା ଶିଖିବାର ଚିତ୍ର ଭାଇରାଲ ହେଉଛି । ପିଲାମାନଙ୍କଠାରୁ ଆରମ୍ଭ କରି ବୃଦ୍ଧମାନେ ବର୍ତ୍ତମାନ ୟୁକ୍ରେନର ଏହିପରି ଶିବିରରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।
୭୯ ବର୍ଷବୟସ୍କା ଭାଲେଣ୍ଟିନା କୋନଷ୍ଟାଣ୍ଟିନୋଭସ୍କାଙ୍କ ମଧ୍ୟରେ ଦେଶ ପାଇଁ ଲଢିବାର ଉତ୍ସାହ ଜଣେ ଯୁବକଙ୍କ ଠାରୁ କିଛି କମ୍ ନୁହେଁ । ୟୁକ୍ରେନର ମାରିଅପୋଲରୁ ଆସିଥିବା ଭାଲେଣ୍ଟିନା ନ୍ୟାସନାଲ ଗାର୍ଡର ଆଜୋଭ ବାଟାଲିୟନ ଦ୍ୱାରା ଆୟୋଜିତ ଗୃହଯୁଦ୍ଧ ତାଲିମରେ ଅଂଶଗ୍ରହଣ କରିବା ଆରମ୍ଭ କରିଛନ୍ତି। ପୂର୍ବ ୟୁକ୍ରେନର ମାରିଅପୋଲରେ ଥିବା ଏକ ନ୍ୟାସନାଲ ଗାର୍ଡ କ୍ୟାମ୍ପରେ ୮୦ ବର୍ଷୀୟ ଭାଲେଣ୍ଟିନା କନଷ୍ଟାଣ୍ଟିନୋଭସ୍କାଙ୍କୁ ଆସଲ୍ଟ ରାଇଫଲ ଏକେ-୪୭ ବ୍ୟବହାର କରିବାକୁ ଶିଖିଥିବା ଦେଖାଯାଉଛି ।। ସେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଯଦି ପରିସ୍ଥିତି ଖରାପ ହୁଏ, ତେବେ ମୁଁ ଗୁଳି ଚଳାଇବାକୁ ପ୍ରସ୍ତୁତ ଅଛି। ମୁଁ ମୋ ଘର, ମୋ ସହର, ମୋ ପିଲାମାନଙ୍କୁ ସୁରକ୍ଷା ଦେବି । ମୁଁ ଏହା କରିବି କାରଣ ମୁଁ ଭାବୁଛି ମୁଁ ଏଥିପାଇଁ ପ୍ରସ୍ତୁତ । ମୁଁ ମୋ ଦେଶ, ମୋ ସହରକୁ ହରାଇବାକୁ ଚାହେଁ ନାହିଁ’। ଭାଲେଣ୍ଟିନାଙ୍କ ସାହାସକୁ ସାରା ବିଶ୍ୱ ବାହାବା କରୁଛି ।
Follow Us