ମହାନଦୀରେ ଆସିପାରେ ବଡ ବନ୍ୟା । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା : ଉତର ଉପକୂଳବର୍ତୀ ଜିଲ୍ଲାଗୁଡିକ ବନ୍ୟାରେ ହେବ ପ୍ରଭାବିତ : ସେପଟେ ହୀରାକୁଦରେ ଖୋଲିଲା ୩୨ଟି ଗେଟ୍

453

କନକ ବ୍ୟୁରୋ : ମହାନଦୀରେ ଆସୁଛି ବଡ଼ ବନ୍ୟା । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମଧ୍ୟମରୁ ବଡ଼ ଧରଣର ବନ୍ୟା ହେବ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି । ଉପରମୁଣ୍ଡରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଯାହା ପ୍ରଭାବରେ କଲମା ପାଖରେ ୫ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ରେକର୍ଡ କରାଯାଇଛି । ଇବ ଓ ଭେଡେନରେ ଅଢେଇ ଲକ୍ଷ ଘନଫୁଟ ଜଳ ରହିଛି । ହୀରାକୁଦରେ ଏବେ ୩୨ଟି ଗେଟ ଖୋଲାଅଛି ।

ମୋଟ୍ ୩୬ଟି ଗେଟ ଖୋଲାହେବ । ହୀରାକୁଦରେ ୮ ଲକ୍ଷ ଘନଫୁଟ ଜଳ ଆସିବ । ୬ ଲକ୍ଷ ଘନଫୁଟ ଜଳ ତଳମୁଣ୍ଡକୁ ଛଡାଯିବ । ହୀରାକୁଦରୁ ମୁଣ୍ଡଳୀଯାଏଁ ପାଣି ଆସିବାକୁ ୩୬ ରୁ ୪୮ ଘଂଟା ଲାଗିଥାଏ । ହୀରାକୁଦରୁ ୬ ଲକ୍ଷ, ତେଲ, ସୁକତେଲ, ଜିରା, ଓଁମରୁ ୩ଲକ୍ଷ, ଖଇରମାଳରେ ୧ ଲକ୍ଷ କ୍ୟୁସେକ୍ ପାଣି ମିଶିବ । ଯେଉଁଥିପାଇଁ ମୁଣ୍ଡଳୀଠାରେ ୧୦ ଲକ୍ଷରୁ ସାଢେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ପୁରୀ, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡା, ଜଗତସିଂହପୁର, ବନ୍ୟା ପ୍ରଭାବିତ ହେବ ।

ହୀରାକୁଦରେ ବର୍ତମାନ ୩୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୫ ଦଶମିକ ୩୫ ଫୁଟ । ହୀରାକୁଦ ଡ୍ୟାମ ଭିତରକୁ ସେକେଣ୍ଡ ପ୍ରତି ୬ ଲକ୍ଷ ୩୮ ହଜାର ୩୦୬ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୫ ଲକ୍ଷ ୯୫ ହଜାର କ୍ୟୁସେକ ଜଳ । ଛତିଶଗଡରେ ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ପରେ ଡ୍ୟାମର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି । ଏବେ ଡ୍ୟାମର ୩୨ଟି ଗେଟ୍ ଖୋଲା ଯାଇଛି । ଆଗକୁ ପାଣି ସ୍ତରକୁ ଦେଖି ଡ୍ୟାମର ଆଉ କିଛି ଗେଟ୍ ଖୋଲାଯିବ ।