ମହାନଦୀରେ ଆସିପାରେ ବଡ ବନ୍ୟା । ବୌଦ୍ଧରେ ବିପଦ ସଂକେତ ଛୁଇଁଲା ମହାନଦୀ, ବନ୍ୟାରେ ପ୍ରଭାବିତ ହୋଇପାରେ ଉତର ଉପକୂଳବର୍ତୀ ଜିଲ୍ଲା

ଆହୁରି ୨୪ ଘଂଟା ବର୍ଷା ହେବ ମହାନଦୀ ଉପରମୁଣ୍ଡରେ !! ବର୍ଷା ହେଲେ ଫୁଲିବ ମହାନଦୀ, ତଳିଆ ଅଂଚଳରେ ବନ୍ୟା ସ୍ଥିତି ହୋଇପାରେ ଗମ୍ଭୀର

କନକ ବ୍ୟୁରୋ : ମହାନଦୀରେ ଆସୁଛି ବଡ଼ ବନ୍ୟା । ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ବୌଦ୍ଧରେ ବିପଦ ସଂକେତ ଛୁଇଁଛି ମହାନଦୀର ଜଳସ୍ତର । ବିପଦ ସଂକେତ ୮୭ ଦଶମିକ ୭୦ ଥିବା ବେଳେ ବର୍ତମାନ ବୌଦ୍ଧରେ ମହାନଦୀର ଜଳସ୍ତର ୮୭ ଦଶମିକ ୮୦ ଥିବା ବେଳେ ଆଗକୁ ଏହା ଆହରି ବଢିବାର ଆଶଙ୍କା କରାଯାଉଛି ।

ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ବୌଦ୍ଧ ଉପକଣ୍ଠ କେନ୍ଦ୍ରୀୟ ବିଦ୍ୟାଳୟ, ବାଣିଜ୍ୟ କର ଅଫିସ ପାଣି ଘେରରେ ରହିଛି । ବୌଦ୍ଧରୁ ଧଳପୁର ଯାଇଥିବା ଜଗନ୍ନାଥ ସଡକର ବିଭିନ୍ନ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ହରଭଙ୍ଗା ବ୍ଲକର ତଳିଆ ଅଂଚଳରେ ମହାନଦୀ ପାଣି ପଶିବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe