ମହାନଦୀରେ ଆସୁଛି ବଡ ବନ୍ୟା : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ଉତର ଉପକୂଳବର୍ତୀ ଜିଲ୍ଲାଗୁଡିକ ବନ୍ୟାରେ ହେବା ପ୍ରଭାବିତ; ୩୬ ଘଂଟାରେ ମୁଣ୍ଡୁଳି ପାଖରେ ପଂହଚିବ ୧୦ ଲକ୍ଷ ପାଣି

262

କନକ ବ୍ୟୁରୋ : ମହାନଦୀରେ ଆସୁଛି ବଡ଼ ବନ୍ୟା । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମଧ୍ୟମରୁ ବଡ଼ ଧରଣର ବନ୍ୟା ହେବ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି । ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ପ୍ରଭାବରେ କଲମା ପାଖରେ ୫ ଲକ୍ଷ ଘନଫୁଟ ଜଳ ରେକର୍ଡ କରାଯାଇଛି । ଇବ ଓ ଭେଡେନରେ ଅଢେଇ ଳକ୍ଷ ଘନଫୁଟ ଜଳ ରହିଛି । ହୀରାକୁଦରେ ଏବେ ୨୮ଟି ଗେଟ ଖୋଲାଅଛି । ୩୬ଟି ଗେଟ ଖୋଲାହେବ ।ହୀରାକୁଦରେ ୮ ଲକ୍ଷ ଘନଫୁଟ ଜଳ ଆସିବ । ୬ ଲକ୍ଷ ଘନଫୁଟ ଜଳ ତଳମୁଣ୍ଡକୁ ଛଡାଯିବ ।

ହୀରାକୁଦରୁ ମୁଣ୍ଡଳୀଯାଏ ପାଣି ଆସିବାକୁ ୩୬ରୁ ୪୮ ଘଂଟା ଲାଗିଥାଏ । ହୀରାକୁଦରୁ ୬ ଲକ୍ଷ, ତେଲ, ସୁକତେଲ, ଜିରା,ଓଁମରୁ ୩ ଳକ୍ଷ, ଖଇରମାଳରେ ୧ଲକ୍ଷ ପାଣି ମିଶିବ । ଯେଉଁଥିପାଇଁ ମୁଣ୍ଡଳୀଠାରେ ୧୦ ଲକ୍ଷରୁ ସାଡେ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ ।ପୁରୀ,କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡା, ଜଗତସିଂହପୁର, ବନ୍ୟା ପ୍ରଭାବିତ ହେବ ।