କନକ ବ୍ୟୁରୋ : ମହାନଦୀରେ ଆସୁଛି ବଡ଼ ବନ୍ୟା । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମଧ୍ୟମରୁ ବଡ଼ ଧରଣର ବନ୍ୟା ହେବ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି । ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ପ୍ରଭାବରେ କଲମା ପାଖରେ ୫ ଲକ୍ଷ ଘନଫୁଟ ଜଳ ରେକର୍ଡ କରାଯାଇଛି । ଇବ ଓ ଭେଡେନରେ ଅଢେଇ ଳକ୍ଷ ଘନଫୁଟ ଜଳ ରହିଛି । ହୀରାକୁଦରେ ଏବେ ୨୮ଟି ଗେଟ ଖୋଲାଅଛି । ୩୬ଟି ଗେଟ ଖୋଲାହେବ ।ହୀରାକୁଦରେ ୮ ଲକ୍ଷ ଘନଫୁଟ ଜଳ ଆସିବ । ୬ ଲକ୍ଷ ଘନଫୁଟ ଜଳ ତଳମୁଣ୍ଡକୁ ଛଡାଯିବ ।
ହୀରାକୁଦରୁ ମୁଣ୍ଡଳୀଯାଏ ପାଣି ଆସିବାକୁ ୩୬ରୁ ୪୮ ଘଂଟା ଲାଗିଥାଏ । ହୀରାକୁଦରୁ ୬ ଲକ୍ଷ, ତେଲ, ସୁକତେଲ, ଜିରା,ଓଁମରୁ ୩ ଳକ୍ଷ, ଖଇରମାଳରେ ୧ଲକ୍ଷ ପାଣି ମିଶିବ । ଯେଉଁଥିପାଇଁ ମୁଣ୍ଡଳୀଠାରେ ୧୦ ଲକ୍ଷରୁ ସାଡେ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ ।ପୁରୀ,କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡା, ଜଗତସିଂହପୁର, ବନ୍ୟା ପ୍ରଭାବିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/16-31.jpg)