କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । କ୍ରିକେଟ୍ ପିଚରେ ଦମ୍ ଦେଖାଇଲା, ଟୀକାକରଣରେ ବି ଆଜି କମାଲ ହେଲା । ଦେଶରେ ଆଜି ଟୀକାକରଣ ପୁଣି ଥରେ ୧ କୋଟି ଟପିଥିବା ବେଳେ ଇଂଲଣ୍ଡର ଓଭାଲରୁ ଭାରତ ପାଇଁ ଆସିଛି ଡବଲ ଖୁସିଖବର । ୫୦ ବର୍ଷ ପରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଆଜି ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ୧୯୭୧ ମସିହାରେ ଶେଷ ଥର ପାଇଁ ଭାରତ ଜିତିଥିଲା ଟେଷ୍ଟ ମ୍ୟାଚ୍ ।
ଚର୍ଚ୍ଚାରେ ମୋଦିଙ୍କ ଟ୍ୱିଟ୍ । କହିଲେ, ଆଜି ହେଉଛି ସବୁଠୁ ଖୁସିର ଦିନ । ଉଭୟ ଟୀକାକରଣ ଏବଂ କ୍ରିକେଟ୍ ମୈଦାନରେ ଦମ୍ ଦେଖାଇଛି ଭାରତ । ସାରା ଦେଶ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଟୀକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଆଉ ଏହି କ୍ରମରେ ଗତ ୧୧ଦିନରେ ଆଜି ତୃତୀୟ ଥର ପାଇଁ ୧ କୋଟି ଟପିଛି ଟୀକାକରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/41-1.jpg)