ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ ନିଜର ପ୍ରେରଣାଦାୟୀ କଥାକୁ ନେଇ ଆଜି ବି ଲୋକଙ୍କ ହୃଦୟ ଏବଂ ମସ୍ତିଷ୍କରେ ଜୀବିତ ରହିଛନ୍ତି । ଯଦି କୁହାଯାଏ ଯେ ଭାରତର ସେହି ପିଢିଙ୍କ ପାଇଁ ଏକ ବଡ ଉପଲବ୍ଧିର ସମୟ ଥିଲା ଯେତେବେଳେ ଏପିଜେ ଅବଦୁଲ୍ କଲାମଙ୍କ ସ୍ୱପ୍ନ ଏବଂ ଉକ୍ରୃଷ୍ଟ ପ୍ରଦର୍ଶନର କଥା ସେମାନଙ୍କ କାନରେ ପଡିଥିଲା କହିଲେ କିଛି ଭୁଲ୍ ହେବ ନାହିଁ । ବେଳେବେଳେ କଲାମ୍ ଙ୍କ ସଂପତ୍ତିକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା କରାଯାଏ ।
ସାଧାରଣ ଜୀବନରେ ସିଧାସାଧା ରହୁଥିବା କଲାମଙ୍କ ସଂପତ୍ତି କିଛି ନଥିଲା କହିଲେ ଚଳେ । ତାଙ୍କ ସଂପତ୍ତିରେ ଏଭଳି କୌଣସି ଜିନିଷ ନଥିଲା ଯେ ଯାହାକୁ ନେଇ ବାଦବିବାଦ ଦେଖାଯାଇଥାନ୍ତା । ଯଦି ସଂପତ୍ତି କଥା କହିବେ ତେବେ ତାଙ୍କ ପାଖରେ ଫ୍ରିଜ୍,ଟିଭି,ଏସି,କାର୍ ଭଳି କୌଣସି ଦ୍ରବ୍ୟ ନଥିଲା । ତାଙ୍କ ପାଖରେ ସଂପତ୍ତି କହିଲେ ୨୫୦୦ ପୁସ୍ତକ,ଗୋଟିଏ ହାତଘଡି,୬ ଟି ସାର୍ଟ ଏବଂ ୪ ଟି ପ୍ୟାଣ୍ଟ୍ ,୩ ଟି ସୁଟ୍ ଏବଂ ହଳେ ଜୋତା ଥିଲା । ସେ କେବେ ଭୋଗବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିନଥିଲେ । ସେ ନିଜ ପୁସ୍ତକରୁ ପାଉଥିବା ଟଙ୍କା ଏବଂ ପେନସନ୍ ରୁ ପାଉଥିବା ଟଙ୍କାରେ ଜୀବନଯାପନ କରୁଥିଲେ । ସେ ୪ ଟି ପୁସ୍ତକ କିଣିଥିଲେ । କଲାମ୍ ଙ୍କ ଗଣମାଧ୍ୟମ ଆଡଭାଇଜରଙ୍କ କହିବାନୁସାରେ ତାଙ୍କ କ୍ୱାଟରରେ ଟିଭି ନଥିଲା ତେଣୁ ସେ ଖବରକାଗଜ ଏବଂ ରେଡିଓ ମାଧ୍ୟମରେ ସମାଚାର ଶୁଣୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/abdul-kalam.jpeg)
/kanak/media/post_attachments/wp-content/uploads/2019/04/kalam-story-fb_647_073117021201-300x187.jpg)
/kanak/media/post_attachments/wp-content/uploads/2019/04/IndiaTvd26d27_APJ-Abdul-Kalam-Rudra-Veena-300x177.jpg)