ମାଂସ ବଦଳରେ ଘାସ ଖାଇଲା ଜଙ୍ଗଲର ରାଜା ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ 

ମାଂସ ବଦଳରେ ଘାସ ଖାଇଲା ଜଙ୍ଗଲର ରାଜା ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ 

କଥାରେ ଅଛି ସିଂହ ଯେତେ ବି ଭୋକିଲା ଥାଉ ନା କାହିଁକି କିନ୍ତୁ ସେ କେବେ ଘାସ ଖାଇବନାହିଁ । ତେବେ ଏହି ଲୋକକଥା ଯେ ଏବେ ମିଥ୍ୟାରେ ପରିଣତ ହେଲା ତାହା ଆପଣ ଏହି ଭିଡିଓକୁ ଦେଖି କହିପାରିବେ । ଗୁରୁବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଭୋକ ଲାଗିଲେ ହିଂସ୍ରପଶୁ ବି ମାଂସ ଛାଡି କିଭଳି ଘାସ ଖାଉଛି ତାହା ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଗୁଜୁରାଟ ରାଜକୋଟ ଆମରେଲିର ଖମ୍ବା ଜଙ୍ଗଲରେ ଗୋଟିଏ ଭୋକିଲା ସିଂହ କିଭଳି ଘାସ ଖାଉଛି ତାହା ଏହି ଭିଡିଓରେ ଦେଖାଯାଇଛି । ସିଂହଟି ଘାସ ଖାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ପର୍ଯ୍ୟଟକ ଏହି ଭିଡିଓଟି ଉତ୍ତୋଳନ କରିଥିଲେ ।

ତେବେ ଭିଡିଓଟି ଭାଇରାଲ୍ ହେବା ପରେ ସେଠାକାର ବନବିଭାଗ କର୍ମଚାରୀ କହିଥିଲେ , ହିଂସ୍ରଜନ୍ତୁ ଘାସ ଖାଇବା କଥା କିିଛି ନୂଆ ନୁହଁ । ପଶୁଙ୍କ ପେଟ ଖରାପ ଥିଲେ ସେମାନେ ପାଚନକ୍ରିୟା ପାଇଁ ଘାସ ଖାଇଥାନ୍ତି ଏବଂ ବାନ୍ତି କରିଥାନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe