ଅଜାକୁ ଟାଙ୍ଗିଆରେ ହାଣିଲା, କଟା ମୁଣ୍ଡ ଧରି ବୁଲିଲା ନାତି । 

77

କନକ ବ୍ୟୁରୋ: ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା । ପରେ କଟାମୁଣ୍ଡ ଧରି ଗାଁ ବୁଲିଲା ନାତି । ସୁନ୍ଦରଗଡ ଜିଲ୍ଲା ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ଦେଖିବାକୁ ମିଳିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ।

ଗୁଣିଗାରେଡି ସନ୍ଦେହରେ ଅଜାକୁ ଟାଣ୍ଡିଆରେ ହାଣି ହତ୍ୟା କଲା ସମ୍ପର୍କୀୟ ନାତି ସଲମାନ ମୁଣ୍ଡା । ଗାଁ ଲୋକେ ବଲାଙ୍ଗ ପୁଲିସକୁ ଖବର ଦେବା ପରେ ହତ୍ୟାକାରୀକୁ ଅଟକ ରଖି ପଚରାଉଚରା କରିଛି ପୁଲିସ । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଲହୁଣୀପଡା ସିଏଚ୍ସିକୁ ପଠାଯାଇଥିବା ଜଣାପଡିଛି । ଗୁଣିଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।