କନକ ବ୍ୟୁରୋ: ସଂପତି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କୋର୍ଟ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ବ୍ୟକ୍ତି ନିଜ ଅର୍ଜିତ ସଂପତିକୁ ନିଜ ସନ୍ତାନଙ୍କୁ ସ୍ୱଇଚ୍ଛା ତଥା ଇଚ୍ଛାପତ୍ର ଜରିଆରେ ଦିଅନ୍ତି ତେବେ ଏହି ସଂପତି ପରବର୍ତ୍ତୀ ପୀଢି ତଥା ଆଗାମୀ ପୀଢିଙ୍କ ପାଇଁ ଆଉ ପୈତୃକ ସଂପତି ହୋଇ ରହିବ ନାହିଁ । ବାପା ଏହି ସଂପତି ନିଜ ସନ୍ତାନ କିମ୍ବା କୌଣସି ବି ବ୍ୟକ୍ତିଙ୍କୁ ଚାହିଁଲେ ଦେଇପାରିବେ ।
ଏକ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ୍ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣୀ କରି କୁହାଯାଇଛି କି, ଯଦି ଆପଣଙ୍କ ବାପା ତାଙ୍କ ନିଜ ରୋଜଗାରରେ କୌଣସି ସଂପତି କିଣିଥିବେ ଆଉ ଏହି ସଂପତିକୁ ସେ ଆପଣଙ୍କୁ ଦେଇଥିବେ ତେବେ ପରବର୍ତ୍ତୀ ପୀଢିଙ୍କ ପାଇଁ ଏହି ସଂପତି ଆଉ ପୈତୃକ ସଂପତି ଭାବେ ଗ୍ରହଣ କରାଯିବ ନାହିଁ । ଏଯାବତ୍ ଆଇନ ଅନୁଯାୟୀ ଧରାଯାଉଥିଲା କି, ଜେଜେବାପାଙ୍କଠାରୁ ବାପାଙ୍କ ନିକଟକୁ ଆସିଥିବା ସଂପତି ପରବର୍ତ୍ତୀ ପୀଢିଙ୍କ ପାଇଁ ପୈତୃକ ସଂପତି ଭାବେ ଗ୍ରହଣ କରାଯାଉଥିଲା ।
ଜଷ୍ଟିସ ଗୁପ୍ତାଙ୍କ କହିବା ଅନୁସାରେ, କୋର୍ଟ ସାମନାରେ ଏହି ମାମଲାକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଥିଲା କି ଉତ୍ତରାଧିକାରୀ ଆଧାରରେ ନିଜ ବାପାଙ୍କଠାରୁ ମିଳିଥିବା ସଂପତି କଣ ଛୋଟଭାଇଙ୍କ ପୈତୃକ ସଂପତି ଥିଲା ନା ଏହା ତାଙ୍କ ନିଜ ଅର୍ଜିତ ସଂପତି ଥିଲା? ତେବେ ଏହି ପ୍ରଶ୍ନର ଜବାବ ସୁପ୍ରିମକୋର୍ଟ ଦ୍ୱାରା ୧୯୫୩ରେ ଏକ ମାମଲାରେ ନିଆଯାଇଥିବା ନିଷ୍ପତିରେ ପାଇଥିଲେ । ନିତାକ୍ଷରା ଉତଉତ୍ତରାଧିକାର ଆଇନ ଅନୁସାରେ ଏଭଳି ସଂପତି ପୁଅର ପୈତୃକ ସଂପତି ନୁହେଁ ବରଂ ନିଜ ଅର୍ଜିତ ବୋଲି ଗ୍ରହଣ କରାଯିବ ।
Follow Us
/kanak/media/post_attachments/wp-content/uploads/2019/06/supreme-court-verdict-new-delhi-india_5adf697c-80e3-11e8-bd7f-aad8d1b78451-300x169.jpg)
/kanak/media/post_attachments/wp-content/uploads/2019/07/32-e0a4aee0a580e0a49fe0a4b0-e0a4b8e0a587-e0a48ae0a482e0a49ae0a580-e0a487e0a4aee0a4bee0a4b0e0a4a4e0a58be0a482-e0a495e0a587-e0a4a8e0a4bf-300x185.jpg)